ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୟୁପି ଷ୍ଟାଇଲରେ ବଲାଙ୍ଗୀରରେ ଚାଲିଲା ବୁଲଡୋଜର ।

175

କନକ ବ୍ୟୁରୋ: ଓଡିଶାରେ ୟୁପି ଷ୍ଟାଇଲରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ଉତରପ୍ରଦେଶର ଯୋଗୀ ସରକାର ଯେମିତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଠିକ୍ ସେହିଭଳି ବଲାଂଗୀରରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବଲାଂଗୀର ପ୍ରଶାସନ । ସରକାରୀ ଜମିକୁ ମାଡି ବସି ଘର କରିଥିବା ଗ୍ୟାଙ୍ଗଷ୍ଟର, ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ ।

ଗ୍ୟାଙ୍ଗଷ୍ଟାରଙ୍କ ଘର ଉପରେ ଚାଲିଛି ବୁଲଡୋଜର । ୟୁପି ଷ୍ଟାଇଲରେ ବଲାଙ୍ଗୀର ପ୍ରଶାସନ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଉତରପ୍ରଦେଶର ଯୋଗୀ ସରକାର ଯେମିତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଠିକ୍ ସେହିଭଳି ବଲାଂଗୀରରେ ଗ୍ୟାଙ୍ଗଷ୍ଟର ଶ୍ରୀକାନ୍ତ କୁମ୍ଭାର ଓରଫ ଟିମନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସରକାରୀ ଜମିକୁ ମାଡି ବସି ଘର କରିଥିବା ଗ୍ୟାଙ୍ଗଷ୍ଟର, ଘରକୁ ବୁଲଡୋଜର ଲଗାଇ ଭାଂଗି ଦେଇଛି ପ୍ରଶାସନ । ପୁଲିସ ଓ ସ୍ଥାନୀୟ ପ୍ରଶାସନର ଉପସ୍ଥିତିରେ ଭାଂଗି ଘର ଭଂଗାଯାଇଛି । ଗ୍ୟାଙ୍ଗଷ୍ଟର ଟିମନ ବିରୋଧରେ ଏକାଧିକ ମାମଲା ରହିଛି । ଟିମନ ବିରୋଧରେ ଦାଦାବଟି, ବେଆଇନ ଜମି କାରବାର, ହତ୍ୟା ଭଳିି ଅଭିଯୋଗ ରହିଛି । ଆଉ ଏବେ ପୋଲିସ ଆକ୍ସନ ମୋଡ଼ରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।