ଖୋର୍ଦ୍ଧା ଟାଙ୍ଗୀ ନିକଟ ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍ ଘଟଣା : ଏସିଡ଼କୁ ଅନ୍ୟ ଏକ ଟ୍ୟାଙ୍କରକୁ କରାଗଲା ସ୍ଥାନାନ୍ତର

110

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଥିବା ଘଟଣାରେ ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି । ବ୍ରହ୍ମପୁରରୁ ଏକ ବିଶେଷଜ୍ଞ ଟିମ୍ ଆସି ଘଟଣା ସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି । ଅନ୍ୟ ଏକ ଟ୍ୟାଙ୍କରକୁ ଏସିଡ଼ ସ୍ଥାନାନ୍ତର କରାଯାଇଛି । ଗତକାଲି ୧୬ ନଂବର ଜାତୀୟ ରାଜପଥର ଚମ୍ପଗଡ ନିକଟରେ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଥିଲା ।

ଗଂଜାମରୁ ଟ୍ୟାଙ୍କରରେ ଏସିଡ ଭର୍ତି ହୋଇ କୋଲକାତାକୁ ଚାଲାଣ ବେଳେ ଚମ୍ପଗଡ ନିକଟରେ ଟ୍ୟାଙ୍କର ଲିକ୍ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ସ୍ଥିତିକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ଏସିଡ ଲିକ୍ ଯୋଗୁଁ ଘଟଣାସ୍ଥଳ ଧୂଆଁମୟ ହୋଇଥିବା ବେଳେ ୧୬ ନଂବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଟ୍ୟାଙ୍କରେ ପ୍ରାୟ ୨୩ ହଜାର ଲିଟର କେମିକାଲ ଥିଲା ।