କନକ ବ୍ୟୁରୋ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆସିଛି ଲଜ୍ଜାଜନକ ଦୃଶ୍ୟ । ହସ୍ପିଟାଲର ଅକ୍ସିଜେନ୍ ସିଲିଣ୍ଡର ରହୁଥିବା ରୁମରେ ଚାଲିଛି ମଦର ଆସର । ରାତିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ମଦର ଆସର ଜମୁଛି । ମଦ ପିଇବା ସହ ଧୂମପାନ କରୁଥିବା ଅଭିଯୋଗ ହୋଇଛି । ଆଉ ମଦରେ ଚୁର ହୋଇ ଶୋଇ ପଡୁଛନ୍ତି କର୍ମଚାରୀ । ଅକ୍ସିଜେନ୍ ରହୁଥିବା ରୁମରେ ରାତିରେ କର୍ମଚାରୀମାନେ ମଦ ପିଇବା ସହ ଧୂମପାନ କରିବା ଯୋଗୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହିଛି । ହେଲେ କର୍ମଚାରୀଙ୍କ ଖାମଖିଆଲ ମନୋଭାବକୁ ନେଇ ଉଠିଛି ପ୍ରଶ୍ନ ।