ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ କରିଛି ଠକେଇ, କୋଟି କୋଟି ଟଙ୍କା ପ୍ରେମିକାକୁ ଦେଇଛି ଉପହାର

176

କନକ ବ୍ୟୁରୋ : ରାଜସ୍ଥାନ ଭିବାଡି ପୋଲିସ ଜଣେ ମହାଠକକୁ ବିଶାଖାପାଟଣାରୁ ଗିରଫ କରିଛି । ଏହି ଠକ ଜଣଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମରେ ଠକେଇ କରିବାକୁ ପ୍ରୟାସ କରୁଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ତିଜାରା ବିଧାୟକ ସନ୍ଦୀପ ଯାଦବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ୩୦ ହଜାର ଟଙ୍କା ଠକି ନେବାକୁ ପ୍ରୟାସ କରିଥିଲା । ଠକ ଜଣଙ୍କ ବିଧାୟକଙ୍କୁ ଠକିବାକୁ ନିଜ ହ୍ୱାଟସପ୍ ପ୍ରୋଫାଇଲରେ ଅଶୋକ ଗେହଲଟଙ୍କ ପାରିବାରିକ ଫଟୋ ଲଗାଇ ଠକିବାକୁ ଚେଷ୍ଟା କରିଥିଲା ।

ପୋଲିସ ହେପାଜତକୁ ଅଣାଯିବା ପରେ ଠକ ଜଣଙ୍କ ତାଙ୍କ ଠକେଇର କାହାଣୀ କହିଛନ୍ତି । ସେ ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ୨ ଜଣ ମନ୍ତ୍ରୀଙ୍କ ଠାରୁ ୧ କୋଟି ୮୦ ଲକ୍ଷ ଟଙ୍କା ଠକି ନେଇଥିବା ନିଜେ ସ୍ୱୀକାର କରିଛି । ଠକ ବିଷ୍ଣୁ ମୁର୍ଥୀଙ୍କ ନାମରେ ଏହା ପୂର୍ବରୁ ବି ଏଭଳି ୪ ଟି ମାମଲା ରହିଛି । ହେଲେ ରାଜସ୍ଥାନରେ ପ୍ରଥମ ଠକେଇ କରିବା ପୂର୍ବରୁ ସେ ପୋଲିସ ହାତରେ ଗିରଫ ହୋଇଛନ୍ତି ।

ସବୁଠାରୁ ବଡକଥା ଅଭିଯୁକ୍ତ ଜଣଙ୍କ ଉଚ୍ଚଶିକ୍ଷିତ । ସେ କମ୍ପ୍ୟୁଟର ସାଇନ୍ସରେ ବିଟେକ ପାସ କରିଛି । ହେଲେ ନିଜର ଓ ନିଜ ପ୍ରେମିକର ସଉକ ପୁରଣ କରିବାକୁ ସେ ଏଭଳି କରୁଥିବା କଥା ପୋଲିସ ଆଗରେ କହିଛି । ସେ ତାର ପ୍ରେମିକାକୁ ବିଶାଖାପାଟଣାରେ ୮୦ ଲକ୍ଷ ଟଙ୍କାର ଏକ ଫ୍ଲାଟ ବି ଉପହାର ଦେଇଛି । ସେ ଅପ୍ ଲାଇନ ଠକେଇ ବ୍ୟତୀତ ଅନଲାଇନ ଠକେଇରେ ବି ମାହିର । ସେ ବିପିଏମର ଇଣ୍ଟରନେଟ ବ୍ୟବହାର କରି ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ତରିକାରେ ଠକିଥାଏ ।