ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ସାଲେପୁର ସବ୍ ଜେଲ ଗଲା ଅଭିଯୁକ୍ତ ଶିବପ୍ରସାଦ ସାହୁ। 

ଶିବକୁ ରିମାଣ୍ଡରେ ନେବା ପାଇଁ ଆବେଦନ କଲାନି ପୋଲିସ

145

କନକ ବ୍ୟୁରୋ: ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା । ସାଲେପୁର ସବ୍ ଜେଲା ଗଲା ଅଭିଯୁକ୍ତ ଶିବପ୍ରସାଦ ସାହୁ । ତେବେ ଅଭିଯୁକ୍ତ ଶିବକୁ ନେବା ପାଇଁ ରିମାଣ୍ଡ ଆବେଦନ କରିନି ପୋଲିସ । ଯାହାପରେ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏକୁଟିଆ ଶିବ ୫ ଜଣଙ୍କୁ କିପରି କଲା ହତ୍ୟା, ତାହାକୁ ନେଇ ଏବେ ବି ସନ୍ଦେହ ବଢିବାରେ ଲାଗିଛି । ଏହାରି ଭିତରେ ଅଭିଯୁକ୍ତ ଶିବ ସାହୁର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ତେବେ ଗତକାଲି ରିମାଣ୍ଡର ଶେଷ ଦିନରେ ଶିବକୁ ନେଇ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ପହଞ୍ଚିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଶାଣ କରିଥିବା ପ୍ରଦୀପ ମହାରଣାଙ୍କୁ ନିଆଯାଇଥିଲା । ସେହି ଦୋକାନରେ କଟୁରୀ ଶାଣ କରିଥିଲା ବୋଲି କହିଥିଲା ଶିବ । ଗୁରୁବାର ଦିନ ଶିବକୁ ରିମାଣ୍ଡରେ ଆଣିଥିଲା ପୋଲିସ । ସେ ପ୍ରଥମ ଦିନରେ ପୋଲିସକୁ ସହଯୋଗ କରିନଥିବା ବେଳେ ଦ୍ୱିତୀୟ ଦିନରେ ପୋଲିସ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା । ହେଲେ ଏଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବାରୁ ତଦନ୍ତ ଆଗେଇ ପାରୁନଥିବା କୁହାଯାଉଛି ।