ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୬୦ ବର୍ଷର ବୃଦ୍ଧ ! ପରିବାର ଲୋକଙ୍କ ଅଭିଯୋଗ ପରେ ଗିରଫ କଲା ମହିଳା ଥାନା ପୁଲିସ

38

କନକ ବ୍ୟୁରୋ: ପୁଣି ରାଜଧାନୀରେ ଲଜ୍ଜା । ୬୦ବର୍ଷର ବୃଦ୍ଧ ସାଜିଲା ରାକ୍ଷସ । ୯ ବର୍ଷର ନାବାଳିକାକୁ ଚୋକଲେଟ ଲୋଭ ଦେଖାଇ ଦୁଷ୍କର୍ମ କରିଛି ୬୦ ବର୍ଷର ଜଣେ ବୃଦ୍ଧ । ନାବାଳିକାଙ୍କ ସହ ଦୁଷ୍କର୍ମ ନେଇ ପରିବାର, ମହିଳା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ।

ସମୟ – ଅପରାହ୍ନ ପ୍ରାୟ ୨ଟା । ସ୍ଥାନ – ଚନ୍ଦକାର ଦାସପୁର ଜଙ୍ଗଲ । ନିଜ ଲୁନାରେ ପଡୋଶୀଙ୍କ ନଅ ବର୍ଷର ଝିଅଙ୍କୁ ଚକଲେଟର ଲୋଭ ଦେଖାଇ ଜଙ୍ଗଲ ଆଡକୁ ନେଇଯାଇଥିଲେ । ରାସ୍ତାରେ ଯିଏ ଦେଖିଲେ – ସେମାନଙ୍କ ମନରେ ସନ୍ଦେହ ବି ଆସି ନଥିଲା, ଯେ ଏହି ୬୦ ବର୍ଷର ବ୍ୟକ୍ତି ଏତେ ବଡ ସଇତାନ ହୋଇଥିବେ । ଝିଅଟି ବା ଜାଣିବ କିପରି । କିନ୍ତୁ ଏହା ପରେ ଉକ୍ତ ସଇତାନ ପଡୋଶୀର ଅସଲ ଚେହେରା ପଦାକୁ ଆସିଥିଲା । ଝିଅଟିକୁ ଜଙ୍ଗଲ ଭିତରେ ବଳାକ୍ରାର କିରବାକୁ ଉଦ୍ୟମ କରିଥିଲା । ଠିକ୍ ଏଇ ସମୟରେ ଝିଅଟିର ଚିକ୍ରାର ଶୁଣି ପାଖରେ ଥିବା କିଛି ଲୋକ ଦୌଡି ଚାଲିଆସିଥିଲେ । ଆଉ ତୁରନ୍ତ କାବୁ କରିନେଇଥିଲେ ।

ଏହି ମଣିଷ ରୂପି ରାକ୍ଷାଷର ନାଁ ହେଉଛି ଭାଗିରଥି ବେହେରା । ବୟସ ପାଖାପାଖି ୬୦ ବର୍ଷ । ରେଂଟାଲ କଲୋନୀରେ ରହୁଥିବା ଏହି ବ୍ୟକ୍ତି ନିଜ ପଡୋଶୀଙ୍କ ଝିଅକୁ ନେଇ ଦୁଷ୍କର୍ମର ପୁରା ଘଟଣା ସଂପର୍କରେ ପୁଲିସ ସାମ୍ନାରେ ବଖାଣିଥିଲା । ତେବେ ମେଡିକାଲ ଯାଂଚ ପରେ, ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।