ଜୀବନ କଣ ଜାଣିବା ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲା ୨ଦିନର ଶିଶୁ

47

ଗଞ୍ଜାମ : ଗଞ୍ଜାମ ଖଲ୍ଲିକୋଟରେ ୧୦୨ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଫଳରେ ନବଜାତ ଶିଶୁ ସମେତ ସଂପର୍କୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ଦିନର ଶିଶୁ ସମେତ ତାର ମାମୁଙ୍କ ମୃତ୍ୟୁ ହୋଥିବାବେଳେ ମାଆ, ଆମ୍ବୁଲାନ୍ସ ଡ୍ରାଇଭର ଓ ଆସିଷ୍ଟାଂଟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତି କରାଯାଇଛି । ଗଞ୍ଜାମ ପାଳିବନ୍ଧର କୁନ୍ତଳା ରେଡ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ଶିଶୁଟିର ସ୍ୱସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତଥାପି ଶିଶୁର ସ୍ୱସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ କଟକ ଶିଶୁଭବନ ରେଫର କରିଥିଲେ ଡାକ୍ତର । ତେବେ ଆଜି ବ୍ରହ୍ମପୁର ବଡ ମେଡିକାଲରୁ ୧୦୨ ଆମ୍ବୁଲାନ୍ସ ଯୋଗେ ଶିଶୁଟିକୁ କଟକ ସ୍ଥାନାନ୍ତର କଲାବେଳେ ଖଲ୍ଲିକୋଟ ଘାଟିରେ ଘଟିଥିଲା ଦୁର୍ଘଟଣା । ଏକ ଗ୍ୟାସ ଟ୍ୟାଙ୍କରକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ ।