ପଟାଙ୍ଗୀ ସୁଙ୍କି ଘାଟିରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଯୋଗୁଁ ସୁଙ୍କି ଘାଟି ରାସ୍ତା ଜାମ୍

153

କନକ ବ୍ୟୁରୋ : ଜାତୀୟ ରାଜପଥର ସୁଙ୍କି ଘାଟି ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହାଫଳରେ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍ ହୋଇଛି । ଏହାଫଳରେ ଘାଟିର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋର୍ ସମୟରେ ଏହି ଅଘଟଣ ଘଟିଥିବା କୁହାଯାଉଛି ।