ମାଲକାନଗିରି କୁଟୁମପଲ୍ଲୀ ନଦୀ ଘାଟରେ ଅଘଟଣ । କନିଷ୍ଠ ଯନ୍ତ୍ରୀ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଟିମ୍ ।

98

କନକ ବ୍ୟୁରୋ: ମାଲକାନଗିରି କୁଟୁମପଲ୍ଲୀ ନଦୀଘାଟ ନିକଟରେ ଅଘଟଣ । ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିବାରୁ ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଯାଇଛନ୍ତି । ଏକ ଦେଶୀ ଡଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ କୁଟୁମପଲ୍ଲୀ ଫେରୁଥିଲେ ପ୍ରାୟ ୧୪ ଜଣ ଯାତ୍ରୀ । କୂଳକୁ ଫେରିବା ପାଇଁ ଅଳ୍ପ କିଛି ବାଟ ଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଅନ୍ୟମାନେ ଫେରି ଆସିଥିବା ବେଳେ ଡଙ୍ଗାରେ ଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି । କନିଷ୍ଠ ଯନ୍ତ୍ରୀ ଜଣଙ୍କ କୁଟୁମପଲ୍ଲୀରେ ନିର୍ମାଣଧୀନ ବ୍ରିଜ୍ କାମରେ ନିୟୋଜିତ ଥିଲେ । ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି । ପଡ଼ିଆ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି ।