ପଞ୍ଚଶୀରରେ ୬ଶହ ତାଲିବାନୀ ନିହତ : ଆଫଗାନ ରେଜିଷ୍ଟାନ୍ସ ଫୋର୍ସର ଘୋଷଣା

269

ଆଫଗାନିସ୍ତାନର ଉତ୍ତରପୂର୍ବ ପ୍ରଦେଶ ପଞ୍ଜଶୀରରେ ପାଖାପାଖି ୬୦୦ ତାଲିବାନ୍ ନିହତ ହୋଇଥିବା କଥା ‘ଆଫଗାନ୍ ରେଜିଷ୍ଟାନ୍‌ସ୍‌ ଫୋର୍ସ’ ଘୋଷଣା କରିଛି । କଠୋରପନ୍ଥୀ ଇସ୍‌ଲାମ୍‌ ସଙ୍ଗଠନ ତାଲିବାନ୍‌କୁ ତୀବ୍ର ବିରୋଧ କରୁଥିବା ‘ଆଫଗାନ୍ ପ୍ରତିରୋଧକାରୀ ସେନା’ର ମୁଖପାତ୍ର ଫାହିମ୍‌ ଦାସ୍ତି ଟୁଇଟ୍‌ କରି ଏକଥା ଦାବି କରିଛନ୍ତି ବୋଲି ‘ସ୍ପୁଟ୍‌ନିକ୍‌ ନିଉଜ୍’ ରିପୋର୍ଟ କରିଛି।

ଦାସ୍ତି ଟୁଇଟ୍‌ କରିଛନ୍ତି: ପଞ୍ଜଶୀରର ବିଭିନ୍ନ ଜିଲ୍ଲାରେ ସକାଳୁ ଏଯାବତ୍ ୬୦୦ ତାଲିବାନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୦୦୦ରୁ ଅଧିକ ତାଲିବାନ୍ ଉଗ୍ରବାଦୀଙ୍କ ଧରାପଡ଼ିଛନ୍ତି ବା ସ୍ବୟଂ ଆତ୍ମସମର୍ପଣ କରିଛନ୍ତି। ଆଫଗାନିସ୍ତାନର ଅନ୍ୟାନ୍ୟ ପ୍ରଦେଶରୁ ରଶଦ୍‌ (ଖାଦ୍ୟ ଓ ଅନ୍ୟାନ୍ୟ ସରଞ୍ଜାମ) ପାଇବାରେ ତାଲିବ୍‌ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ମଧ୍ୟ ‘ସ୍ପୁଟ୍‌ନିକ୍ ନିଉଜ୍’ ରିପୋର୍ଟ କରିଛି। ପଞ୍ଜଶୀର ହେଉଛି ‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍ସ୍‌ ଫୋର୍ସ ଅଫ୍ ଆଫଗାନିସ୍ତାନ୍‌’ର ପ୍ରତିରକ୍ଷାକାରୀ ଦୁର୍ଗ। ଏହି ସଙ୍ଗଠନର ନେତୃତ୍ବ ନେଉଛନ୍ତି ପୂର୍ବତନ-ଆଫଗାନ୍‌ ଗରିଲା କମାଣ୍ଡର୍‌ ସ୍ବର୍ଗତଃ ଅହମଦ ଶାହ ମାସୌଦଙ୍କ ପୁତ୍ର ଅହମଦ୍‌ ମାସୌଦ୍‌ ଏବଂ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଅମରୁଲ୍ଲା ଶାହ।