ଜେଲରୁ ମୁକୁଳିଲେ ଅଭୟ ପାଠକ । ୬ ମାସ ପରେ ବେଲ ମିଳିବାରୁ ଜେଲରୁ ବାହାରିଲେ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଥିଲେ ଗିରଫ ।

258

କନକ ବ୍ୟୁରୋ: ଜେଲରୁ ମୁକୁଳିଲେ ବିବାଦୀୟ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ପ୍ରାୟ ୬ ମାସ କାଳ ଜେଲରେ ରହିବା ପରେ ସେ ଆଜି ମୁକୁଳିଛନ୍ତି । ତେବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ଏହାର ଦୀର୍ଘ ଦିନ ପରେ ସେ ଆଜି ଜେଲରୁ ବାହାରକୁ ଆସିଛନ୍ତି । ଗତବର୍ଷ ନଭେମ୍ବର ୨୭ ତାରିଖରେ ଆଇଏଫଏସ୍ ଅଭୟକାନ୍ତ ପାଠକକୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିଲା । ତାଙ୍କ ବିରୋଧରେ ସମ୍ପତ୍ତି ଠୁଳ ଏବଂ ଅନେକ ଥାନାରେ ଏକାଧିକ ଠକେଇ ଅଭିଯୋଗ ରହିଥିଲା । ତେବେ ସମସ୍ତ ମାମଲାରେ ବେଲ ମିଳିବା ପରେ ସେ ଜେଲରୁ ମୁକୁଳିଛନ୍ତି ।

ସୂଚନାଯୋଗ୍ୟ ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ । ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ । କ୍ରମେ ଏହି ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଥିଲା । ଯେଉଁ କାରଣରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇ ଜେଲରେ ଥିଲେ । ଗତ କିଛି ଦିନ ତଳେ ସେ ମଧ୍ୟ ଜେଲରୁ ମୁକୁଳିଛନ୍ତି ।