ଜୁଲାଇ ୧୨ରେ ଆବେଙ୍କ ଶେଷକୃତ୍ୟ। ରାସ୍ତାରେ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳୀ ଦେଲେ ସାଧାରଣ ଜନତା। 

194

କନକ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ପାର୍ଥିବ ଶରୀର ଶନିବାର ରାଜଧାନୀ ଟୋକିଓ ଅଣାଯାଇଛି । ଜୁଲାଇ ୧୨ ତାରିଖରେ ଆବେଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଆବେଙ୍କ ପାର୍ଥିବ ଶରୀର କଳାରଙ୍ଗର ଏକ କାରରେ ଟୋକିଓର ବିଳାସପୂର୍ଣ୍ଣ ଅଞ୍ଚଳ ଶିବୁୟାସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । ଗାଡ଼ିରେ ତାଙ୍କ ପତ୍ନୀ ଅକି ମଧ୍ୟ ଉପସ୍ଥିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ପାର୍ଟିର ନେତା ଓ ସାଧାରଣ ଜନତା ଅପେକ୍ଷା କରି ରହିଥିଲେ । ରାସ୍ତାରେ ଆବେଙ୍କ ପାର୍ଥିବ ଶରୀରର ଗାଡ଼ି ଯିବା ସମୟରେ ସେଠାରେ ଛିଡ଼ା ହୋଇଥିବା ଲୋକେ ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଥିଲେ । ରବିବାର ହେବାକୁଥିବା ସଂସଦର ନିର୍ବାଚନ ପୂର୍ବରୁ ଆବେଙ୍କ ହତ୍ୟା ଦେଶକୁ ଦୋହଲାଇ ଦେଇଛି ।

୨୦୨୦ରେ ଆବେ ଅସୁସ୍ଥତା କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କ୍ଷମତାରେ ନରହିବା ସତ୍ତେ୍ୱ ଆବେ କ୍ଷମତାସୀନ ଲିବରାଲ୍ ଡେମୋକ୍ରାଟିକ ପାର୍ଟିରେ ପ୍ରାଧାନ୍ୟ ରହିଥିଲା । କିନ୍ତୁ ଉଗ୍ର ଜାତୀୟତାବାଦୀ ଚିନ୍ତାଧାରା, ତାଙ୍କ ବିରୋଧରେ ଅନେକ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିଥିଲା ।