ତିହାର ଗଲା ଅଲକାଏଦା ଆତଙ୍କବାଦୀ ! ଜଜ ଅନୁପସ୍ଥିତ ଥିବାରୁ ସାଲେପୁର ଜେଏମଏଫସି କୋର୍ଟରେ ହୋଇପାରିଲାନି ଶୁଣାଣି

31

କନକ ବ୍ୟୁରୋ : ସାଲେପୁର କୋର୍ଟରେ ହାଜର ହେଲେ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ । ତେବେ ଜେଏମଏଫସି ଛୁଟିରେ ଆଜି ଶୁଣାଣି ହୋଇପାରିନି । କେବଳ ହାଜିରା ପକାଇ ପୁଣି ତିହାର ଜେଲକୁ ଫେରିଛି । ତେବେ ଆସନ୍ତା ଜୁନ୍ ୧୨ତାରିଖରେ ପୁଣି କୋର୍ଟରେ ହାଜର ହେବ ବୋଲି ସୂଚନା ମିଳିଛି । ରହେମାନକୁ ଆଜି କଡା ସୁରକ୍ଷା ମଧ୍ୟରେ କଟକ ଚାଉଳିଆଗଂଜ ଥାନାରୁ ସାଲେପୁର କୋର୍ଟକୁ ନିଆଯାଇଥିଲା ।

ରେହମାନଙ୍କୁ ଦିଲ୍ଲୀର ତିହାର ଜେଲରୁ କଟକ ଆଣିଥିଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଚଳିତ ମାସ ୧୫ ତାରିଖରେ ସାଲେପୁକ କୋର୍ଟରେ ହାଜର ହୋଇଥିଲା ରେହମାନ । ଅଲ-କାଏଦା ସହ ସମ୍ପର୍କ ଅଭିଯୋଗରେ ରେହମାନକୁ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁରର ଥାନା ସାତବାଟିଆ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଟାଙ୍ଗୀ ଅଂଚଳରେ ରେହମାନ ବେଆଇନ ମଦ୍ରାସା ଚଳାଉଥିଲା । ପଡୋଶୀ ଝାଡଖଣ୍ଡ ଓ ଅନ୍ୟ ଅଂଚଳରୁ ପିଲା ଆଣି ଆତଙ୍କବାଦ ପାଠ ପଢାଉଥିଲା ।