ଅବଦୁରର ତଥ୍ୟ ନା କ୍ରାଇମବ୍ରାଂଚର କାହାଣୀ : ପ୍ରଶ୍ନ ଉଠାଇଲେ ପୂର୍ବତନ ପୁଲିସ୍ ଅଧିକାରୀ

41

କଟକ ବ୍ୟୁରୋ, କନକ ନ୍ୟୁଜ୍ : କାନ୍ଦାହାରର କଟକ ଲିଙ୍କ୍ । ବିମାନ ଅପହରଣର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅବଦୁର ରେହେମାନ୍ । ଏମିତି ଏକ ଚାଂଚଲ୍ୟକର ତଥ୍ୟକୁ ଆବଦୁରର ମୁହଁରୁ ଛଡାଇ ଆଣିବାରେ ସଫଳ ହୋଇଛି କ୍ରାଇମବ୍ରାଂଚର ଏସଟିଏଫ୍ । ୧୦ ଦିନିଆ ରିମାଣ୍ଡରେ ରଖି ଜେରା ବେଳେ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ହୁଏତ ଏକଥା ସତ ହୋଇପାରେ । ତେବେ ପ୍ରଶ୍ନ ଉଠୁଛି ଯେଉଁ ରାଜ୍ୟର ପୁଲିସ୍ ଆତଙ୍କବାଦୀ ଓଡିଶାରେ ରହିବା ବେଳେ ତାର ସୁରାଗ୍ ପାଇ ପାରିନଥିଲା , ସେହି ପୁଲିସ୍ ଜେରା ବେଳେ ଏତେସବୁ ତଥ୍ୟ କେମିତି ଓଗାଳି ପାରିଲା ।

କ୍ରାଇମବ୍ରାଂଚର ଏ ତଥ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା । ଚିଟଫଣ୍ଡ ଲିଙ୍କରେ ନେତା ଅଭିନେତା ଫସିଥିବା ବେଳେ କ୍ରାଇମବ୍ରାଂଚ ଅଛି ଚାପରେ । ତେଣୁ ରାଜ୍ୟବାସୀଙ୍କ ନଜରରୁ ଏ ପ୍ରସଙ୍ଗକୁ ହଟାଇବାକୁ ଏଭଳି କାହାଣୀ ତିଆରି କରାଯାଉଛି । ଚର୍ଚ୍ଚା ଏମିତି ବି ହେଉଛି , ଗଣମାଧ୍ୟମରେ ତଥ୍ୟ ପ୍ରମାଣ ସହ ନେତା ଅଭିନେତାଙ୍କ ଚିଟଫଣ୍ଡ ଲିଙ୍କ ନେଇ ଖବର ପ୍ରସାରଣ ପରେ ବି ଯେଉଁ ସଂସ୍ଥା ସେମାନଙ୍କୁ ଡାକି ଜେରା କରିବାକୁ ଡରୁଛି , ସେ ପୁଣି ଅବଦୁର୍ ରେହେମାନ ଠାରୁ ଏମିତି ଚାଚଂଲ୍ୟକର ତଥ୍ୟ କେମିତି ଓଗାଳି ପାରିଲା ।