୨୦୧୩ ମସିହାରେ ପରଦାରେ ଧୂମ ମଚାଇଥିବା ବଲିଉଡ ଫିଲ୍ମ "ଆଶିକି ୨'ର ସଫଳତା ପରେ ଏବେ ପ୍ରସ୍ତୁତ ହେବାକୁ ଯାଉଛି ଏହାର ସିକ୍ୱେଲ "ଆଶିକି ୩ '। ଏଥିପାଇଁ ବଲିଉଡ ଇଣ୍ଡଷ୍ଟ୍ରୀର ରୋମାଂଟିକ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ସାଇନ କରିଥିବା ଜଣାପଡିଛି ।
ଏହି ଫିଲ୍ମରେ ସିଦ୍ଧାର୍ଥ ଅଭିନୟ କରିବା ସହ ଗୀତ ମଧ୍ୟ ଗାଇବେ । ଏହା ପୂର୍ବରୁ ଏହି ଯୋଡି "ଷ୍ଟୁଡେଂଟ ଅଫ ଦ ଇୟର' ଓ କପୁଲ ଆଣ୍ଡ ସନ୍ସରେ ନଜର ଆସିସାରିଛନ୍ତି । ପୂର୍ବରୁ "ଆଶିକି ୩ 'ପାଇଁ ହ୍ରିତିକ ରୋଶନ ଓ ସୋନମ କପୁରଙ୍କ ନାଁ ଶୁଣିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/478275-sid-alia.jpg)