କନକ ବ୍ୟୁରୋ : ସୋମବାର ପଞ୍ଜାବର ଚଣ୍ଡୀଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହି ଫଳାଫଳ, ରାଜନୀତି ପଣ୍ଡିତମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜି ଘୋଷଣା ହୋଇଥିବା ସମସ୍ତ ୩୫ ୱାର୍ଡ ଫଳାଫଳରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ବିଜେପି ଏବଂ କଂଗ୍ରେସର ଦୁର୍ଗ ଭାଙ୍ଗି ୧୪ଟି ୱାର୍ଡ ଜିତିଛି । ତେବେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନାହାନ୍ତି । ବିଜେପି ଏବଂ କଂଗ୍ରେସ ଯଥାକ୍ରମେ ୧୨ ଏବଂ ୮ଟି ୱାର୍ଡ ଜିତିଛନ୍ତି । ଗୋଟିଏ ସିଟ୍ ଅକାଳୀ ଦଳ ଜିତିଥିବାବେଳେ ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ମେୟର ରବିକାନ୍ତ ଶର୍ମାଙ୍କୁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ପରାସ୍ତ କରିଛନ୍ତି । ଚଣ୍ଡୀଗଡ଼ ମ୍ୟୁନିସିପାଲଟିର ୩୫ଟି ୱାର୍ଡ ପାଇଁ ଆଜି ସକାଳ ୯ଟାରୁ ଗଣନା ଆରମ୍ଭ ହୋଇଥିଲା ।
चंडीगढ़ नगर निगम में आम आदमी पार्टी की ये जीत पंजाब में आने वाले बदलाव का संकेत है।चंडीगढ़ के लोगों ने आज भ्रष्ट राजनीति को नकारते हुए AAP की ईमानदार राजनीति को चुना है।
AAP के सभी विजयी उम्मीदवारों एवं सभी कार्यकर्ताओं को बहुत-बहुत बधाई।
इस बार पंजाब बदलाव के लिए तैयार है।
— Arvind Kejriwal (@ArvindKejriwal) December 27, 2021
ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ୧୪ଟି ୱାର୍ଡ ଜିତିଛି । ତେବେ ଆପ ଦଳର ନିର୍ବାଚନ ପ୍ରଚାର କମିଟି ମୁଖ୍ୟ ଚନ୍ଦର ମୁଖୀ ଶର୍ମା ନିର୍ବାଚନରେ ​​ହାରିଯାଇଛନ୍ତି । ତେବେ ନିର୍ବାଚନ ଫଳାଫଳକୁ ନେଇ ଆମ୍ ଆଦମୀ ପାର୍ଟି ଖୁସିରେ ଗଦଗଦ ହୋଇଯାଇଛି ।
ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁସି ବ୍ୟକ୍ତ କରି କହିଛନ୍ତି, “ଚଣ୍ଡୀଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ଆମ୍ ଆଦମୀ ପାର୍ଟିର ଏହି ବିଜୟ ସଙ୍କେତ ଦେଉଛି ଯେ ପଞ୍ଜାବରେ ପରିବର୍ତ୍ତନ ଆସିବ । ଆଜି ଚଣ୍ଡୀଗଡ଼ର ଲୋକମାନେ ଦୁର୍ନୀତିଗ୍ରସ୍ତ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆପର ସଚ୍ଚୋଟ ରାଜନୀତିକୁ ବାଛିଛନ୍ତି । ଏଥର ପଞ୍ଜାବ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି’।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/people-of-delhi-will-decide-whether-they-see-me-as-their-son-or-a-terrorist-kejriwal.jpg)