କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ : ଗିରଫଦାରୀକୁ ବିରୋଧ କରି ସାରା ଦେଶରେ ଆପର ପ୍ରତିବାଦ; ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

100

କନକ ବ୍ୟୁରୋ : ଆଜି ସାରା ଦେଶରେ ପ୍ରତିବାଦ କରୁଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଆପ୍ ଏହି ପ୍ରତିବାଦ କରୁଛି । ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବା ନେଇ ପୁଲିସ ଅନେକ ଆମ ଆଦମୀ ପାର୍ଟିର ନେତାଙ୍କୁ ଅଟକ ରଖିଥିବା ସୂଚନା ରହିଛି । ସେହିଭଳି ଆଜି ଅପରାହ୍ନରେ ସିସୋଦିଆଙ୍କୁ ଭରଚୁଆଲ କୋର୍ଟରେ ସିବିଆଇ ହାଜର କରିବ । ଏହା ପୂର୍ବରୁ ମେଡିକାଲ ଟେଷ୍ଟ ହୋଇଛି ।

ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି ବୋଲି କହିଛି । ସିବିଆଇ ଏହି ମାମଲାରେ ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ଯେଉଁ ପ୍ରଶ୍ନ କରିଥିଲା ସେହି ସମାନ ପ୍ରଶ୍ନ ଗତକାଲି ମଧ୍ୟ କରିଥିଲା । ହେଲେ ସିସୋଦିଆ ଏହାର ଉତର ଏଡାଇ ଦେଇଥିଲେ ବୋଲି ସୂଚନା ରହିଛି । ସେହିପରି ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପ୍ରମାଣ ଯୋଗାଡ଼ କରାଯାଇଛି । ତେଣୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି ।