କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପ ରାଜ୍ୟପାଳଙ୍କ ମାନହାନୀ ନୋଟିସକୁ ଚରି ଦେଇଛନ୍ତି । ଏହି କ୍ରମରେ ସେ କହିଛନ୍ତି କି, ମୋତେ ଭାରତୀୟ ସମ୍ବିଧାନ ସତ କହିବାର ଅଧିକାର ଦେଇଛି । କିଛି ଚୋର ଭ୍ରଷ୍ଟ ବ୍ୟକ୍ତିଙ୍କ ନୋଟିସକୁ ମୁଁ ଡରିବା ଲୋକ ନୁହେଁ । ଆଉ ଏଭଳି ନୋଟିସକୁ ମୁଁ ୧୦ ଥର ଫାଡିଦେବି ବୋଲି ସେ କହିଛନ୍ତି ।

Advertisment

ସୂଚନା ଥାଉକି ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ବିଜେପି ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଜୋରଦାର ହଙ୍ଗାମା ଲାଗି ରହିଛି । ଏନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ କି ଷ୍ଟିଙ୍ଗ ମାଷ୍ଟରଙ୍କର ଷ୍ଟିଙ୍ଗ ହୋଇଗଲା । ଏହାର ଉତ୍ତର ରଖି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ କି ବିଜେପି ଦୀର୍ଘଦିନ ହେବ ହୋ ହଲ୍ଲା କରୁଛି । କେତେବେଳେ ବିଜେପି ଅଭିଯୋଗ ଆଣୁଛି ୧୩ ଶହ କୋଟିର ଦୁର୍ନୀତି ହୋଇଛି ତ କେତେବେଳେ ୮ ହଜାର କୋଟିର ଦୁର୍ନୀତି ହୋଇଛି । ହେଲେ ସିବିଆଇ ବାଇନାକୁଲାର ଲଗେଇ ବି କିଛି ଦୁର୍ନୀତିର ଛବି ପାଉ ନଥିବା କଥା ମନୀଷ ସିସୋଦିଆ କହିଛନ୍ତି ।

ଏସବୁ ଭିତରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା କି ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକସେନାଙ୍କ ନାମରେ ଏକ ଦୁର୍ନୀତି ଅଭିଯୋଗ ଆଣିଥିଲା । ଏହାକୁ ନେଇ ଉପରାଜ୍ୟପାଳ ସଂଜୟ ସିଂଙ୍କ ନାମରେ ଏକ ମାନହାନୀ ନୋଟିସ ପଠାଇଥିଲେ । ଏହି ନୋଟିସକୁ ଆଜି ସାମ୍ବାଦିକ ସମ୍ମିଳନୀରେ ସଂଜୟ ସିଂ ଚରି ଦେଇଥିବା ଦେଖିବାକୁ ମିଳିଛି ।