‘ଆପ୍’ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ମିଳିଲା ଜାମିନ, ସେପ୍ଟେମ୍ବର ୧୬ ତାରିଖରେ ଏସିବି କରିଥିଲା ଗିରଫ

58

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାଙ୍କୁ ଦିଲ୍ଲୀ ୱାକଫ ବୋର୍ଡରେ କଥିତ ଅବୈଧ ନିଯୁକ୍ତି ମାମଲାରେ ଜାମିନ ମିଳିଛି । ତାଙ୍କ ଭଷ୍ଟ୍ରାଚାର ନିରୋଧକ ଶାଖା ଏସିବି ତରଫରୁ ସେପ୍ଟେମ୍ବର ୧୬ ତାରିଖରେ ଗିରଫ କରାଯାଇଥିଲା । ଏନେଇ ଏସିବି ପ୍ରଥମେ ଅମାନତୁଲ୍ଲାହଙ୍କ ଘର ସହ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଅଧିକାରୀମାନେ ତାଙ୍କ ଘରୁ ୨୪ ଲକ୍ଷ ଟଙ୍କା ସହ ଦୁଇଟି ବେଆଇ ଅସ୍ତ୍ର ଜବତ କରିଥିଲା । ସେପଟେ ଏସିବି ଏହା ବି ଅଭିଯୋଗ କରିଥିଲା କି ଚଢାଉ ବେଳେ ବିଧାୟକଙ୍କ ସମର୍ଥକମାନେ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।

ଏସସିିବି ତରଫରୁ ଅଭିଯୋଗ ଅଣାଯାଇଥିଲା କି, ଦିଲ୍ଲୀ ୱାକଫ ବୋର୍ଡରେ ଅମାନତୁଲ୍ଲା ଅଧ୍ୟକ୍ଷ ଥିବା ବେଳେ ବେଆଇନ ଭାବେ ୩୨ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଏହାସହ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସଂମ୍ପତ୍ତିକୁ ବିଧାୟକ ବେଆଇନ ଭାବେ ଭଡାରେ ଲଗାଇଥିବା କଥା ମଧ୍ୟ ଅଭିଯୋଗ ହୋଇଥିଲା । ସେପଟେ ଏହି ମାମଲାରେ ଆଜି ଜାମିନ ପାଇବା ପରେ ସତ୍ୟର ବିଜୟ ହୋଇଛି ବୋଲି ଅମାନତୁଲ୍ଲା ଖାନ କହିଛନ୍ତି ।

ସୂଚନା ଥାଉକି ୨୦୨୦ ମସିହାରେ ଏସିବିରେ ଏହି ମାମଲା ରୁଜୁ ହୋଇଥିଲା । ଏନେଇ ଚଳିତ ବର୍ଷ ଅଗଷ୍ଟ ମାସରେ ଏସିବି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଅମାନତୁଲ୍ଲାଙ୍କୁ ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ ପଦରୁ ହଟାଇବାକୁ ପ୍ରସ୍ତାବ ରଖିଥିଲା ।