କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀଥିବା ସୌରଭ ଭରଦ୍ୱାଜ କଂଗ୍ରେସକୁ ଏକ ବଡ ଅଫର ଦେଇଛନ୍ତି । ସେ କହିଛନ୍ତି କି, ଯଦି କଂଗ୍ରେସ ଦିଲ୍ଲୀ ଓ ପଞ୍ଜାବରେ ନିର୍ବାଚନ ନଲଢିବ ତେବେ ଆମେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରାର୍ଥୀ ଦେବୁ ନାହିଁ ।

Advertisment

ଗଣମାଧ୍ୟମର ପ୍ରଶ୍ନ ଥିଲା କି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ର୍ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଦେବ କି? । ଯଦି ଲଢିବ ତେବେ କଂଗ୍ରେସର କ୍ଷତି ହେବ । ତେଣୁ ଉଭୟ ପାର୍ଟି ଉଭୟଙ୍କର ଭୋଟ କାଟିବେ ତେବେ ମେଣ୍ଟର ମାନେ କଣ ରହିବ ?

ଏହାର ଜବାବରେ ସୌରଭ ଭରଦ୍ୱାଜ କହିଛନ୍ତି କି ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ କଂଗ୍ରେସ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନାହିଁ । ତଥାପି କଂଗ୍ରେସ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଲଢୁଛି । ତେଣୁ ଯଦି କଂଗ୍ରେସ ପଞ୍ଜାବ ଓ ଦିଲ୍ଲୀରେ ନିର୍ବାଚନ ନଲଢେ ତେବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଆମ୍ ଆଦମୀ ପାର୍ଟି ନିର୍ବଚନ ଲଢିବ ନାହିଁ ।

ସେପଟେ କଂଗ୍ରେସକୁ ଟାର୍ଗେଟ କରି ସୌରଭ ଭରଦ୍ୱାଜ କହିଛନ୍ତି କି, କଂଗ୍ରେସର କେବଳ ନେତୃତ୍ୱ ଅଭାବ ନୁହେଁ ବରଂ ଆଇଡିଆର ଅଭାବ ରହିଛି । ଏହି କାରଣରୁ କଂଗ୍ରେସ ଲୋକଙ୍କ ସହ ଯୋଡି ହୋଇପାରୁ ନାହିଁ । ଏହାସହ କଂଗ୍ରେସ ଭଳି ଦେଶର ଏକ ସର୍ବ ପୂରାତନ ପାର୍ଟି ଏବେ ଆମ୍ ଆଦମୀ ପାର୍ଟି ଭଳି ଏକ ନୂଆ ପାର୍ଟିର ଆଇଡିଆ ଚୋରି କରୁଛି ।