‘ଅପରେସନ୍ ଲୋଟସ୍’ ପାଇଁ ବିିଜେପି ଇସାରାରେ କାମ କରୁଛନ୍ତି ରାଜ୍ୟପାଳ । ପଞ୍ଜାବ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଆପ୍ ନେତା ।

82

କନକ ବ୍ୟୁରୋ: ପଞ୍ଜାବ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ଆପ୍ ନେତା । ଅପରେସନ୍ ଲୋଟସକୁ ସଫଳ କରିବାକୁ ପଞ୍ଜାବର ରାଜ୍ୟପାଳ ବିଜେପିର ଇସାରାରେ କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଆପ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଅମନ ଅରୋଡା ପଞ୍ଜାବ ରାଜ୍ୟପାଳଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଗତ ୭୫ ବର୍ଷ ଭିତରେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୌଣସି ସୂଚୀ ମାଗନ୍ତି ନାହିଁ । ହେଲେ ପଞ୍ଜାବରେ ଏହା ପ୍ରଥମ କରି ହେଉଛି । ରାଜ୍ୟପାଳ, ବିଜେପି ଓ କଂଗ୍ରେସ ସହ ମିଶି ଏଠାରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ବିଜେପି ଉପରେ ବର୍ଷିବା ସହିତ ଅରଡୋ କହିଛନ୍ତି, ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ, ସେଠାରେ ରାଜ୍ୟପାଳ ସରକାର ବିରୋଧୀ ଭାବେ କାମ କରୁଛନ୍ତି । ବିଜେପି ନିଜର ଶାସନକଳର ଦୂରୁପଯୋଗ କରୁଛନ୍ତି । ଏଥିପାଇଁ ରାଜ୍ୟପାଳ ଆପ ସରକାର ବିରୋଧରେ ବାରମ୍ବାର ନୋଟିସ୍ ପଠାଉଛନ୍ତି ।

ଆପ୍ ନେତା ଅରୋଡାଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୭ ତାରିଖରେ ହେବାକୁ ଥିବା ବିଧାନସଭା କାର୍ଯ୍ୟ ପାଇଁ ରାଜ୍ୟପାଳ ବିବରଣୀ ମାଗିବା ଗଣତନ୍ତ୍ରର ହତ୍ୟା ପାଇଁ ଏକ ପ୍ରୟାସ ଅଟେ । ଏହା ପୂର୍ବରୁ ରାଜ୍ୟପାଳ ସେପ୍ଟେମ୍ବର ୨୨ ତାରିଖରେ ଆପ୍ ସରକାର ଡାକିଥିବା ବିଶେଷ ଅଧିବେଶନକୁ ମଧ୍ୟ ରଦ୍ଦ କରିଦେଇଥିଲେ । ତେଣୁ ଏହାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ଆପ୍ ନେତା ଅମନ ଅରୋଡା ।