ଠକିଦେଲେ ଆମୀର୍ ! ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ରୁ ଅନୁଷ୍କାଙ୍କୁ ବାହାର କଲେ ମିଷ୍ଟର୍ ପରଫେକ୍ଟନିଷ୍ଟ୍
ମିଷ୍ଟର୍ ପରଫେକ୍ଟନିଷ୍ଟଙ୍କ ଆଗାମୀ ସିନେମା ‘ଠଗ୍ସ ଅଫ୍ ହିନ୍ଦୋସ୍ତାନ୍’ କୁ ନେଇ ଆସିଛି ଏକ ଚଂଚଲ୍ୟକର ଖବର । ସିନେମାରୁ ଅଭିନେତ୍ରୀ ଅନୁଷ୍କାଙ୍କୁ ବାହାର କରିଦେିଛନ୍ତି ଆମୀର୍ ଖାନ । ତେବେ ସିନେମା ‘ପିକେ’ରେ ଉଭୟ ଏକାଠି କାମ କରିଛନ୍ତି । ଯାହା ସୁପରହିଟ୍ ମଧ୍ୟ ହୋଇଥିଲା । ହେଲେ ଏହା ପରେ ବି ଆମୀର୍ କାହିିଁକି ଅନୁଷ୍କାଙ୍କୁ ନିଜ ସିନେମାରୁ ବାହାର କରିଦେଲେ ?
Kanak News is now on WhatsApp
Join and get latest news updates delivered to you via WhatsApp
ଖବର ଅନୁସାରେ, ଆମୀର ଯେଉଁ ନାୟିକାଙ୍କ ସହ ଥରେ କାମ କରିଥାନ୍ତି ଦ୍ୱିତୀୟ ଥର ତାଙ୍କୁ ନିଜ ସିନେମାରେ ନିଅନ୍ତି ନାହିଁ । ଯଦି ଆମୀରଙ୍କ ଟ୍ରାକ୍ ଉପରେ ନଜର ପକାଇବା ତେବେ କିଛି ବର୍ଷ ହେବ ସେ ଅଲଗା ଅଲଗା ନାୟିକା ମାନଙ୍କ ସହ କାମ କରୁଛନ୍ତି । ଆଉ ବୋଧେ ଏହି କାରଣରୁ ସେ ଅନୁଷ୍କାଙ୍କୁ ସିନେମାରୁ ବାହାର କରିଦେଇଛନ୍ତି ।
ଏହା ପୂର୍ବରୁ ଆମୀର ଅଭିନେତ୍ରୀ ପୂଜା ଭଟ୍ଟଙ୍କ ସହ ମଧ୍ୟ ସେମିତି କରିଥିଲେ । ସୂଚନା ଅନୁସାରେ କରିଶ୍ମାଙ୍କ ସ୍ଥାନରେ ପୂଜା ‘ରାଜା ହିନ୍ଦୁସ୍ତାନୀ’ ସିନେମାରେ ଅଭିନୟ କରିବାର ଥିଲା । କିନ୍ତୁ ପୂଜାଙ୍କ ସହ ଥରେ କାମ କରିସାରିଥିବା ଆମୀର ତାଙ୍କୁ ଏହି ସିନେମାରୁ ବାହାର କରିଦେଇଥିଲେ ।