ରିଲିଜ୍ ପୂର୍ବରୁ ରେକର୍ଡ କରି ସାରିଲାଣି ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଆମୀର୍ ଖାନଙ୍କ ଅପକମିଙ୍ଗ୍ ମୁଭି ‘ଦଙ୍ଗଲ’ର ଟ୍ରେଲର୍ । ୧୯ ତାରିଖରେ ରିଲିଜ୍ ହୋଇଥିବା ଫିଲ୍ମର ଟ୍ରେଲରକୁ ଏପର୍ଯ୍ୟନ୍ତ ପ୍ରାୟ ୨କୋଟିରୁ ଅଧିକ ଦର୍ଶକ ଦେଖି ସାରିଲେଣି । ଏହା ସହ ରିଲିଜ୍ ହେବାର ପ୍ରଥମ ୨୪ ଘଂଟା ମଧ୍ୟରେ ୟୁଟ୍ୟୁବରେ ସବୁଠାରୁ ଅଧିକ ଦେଖାଯାଇଥିବା ଟ୍ରେଲରର ରେକର୍ଡ ମଧ୍ୟ ନିଜ ନାଁରେ କରିଛି ଆମୀରଙ୍କ ଏହି ମୁଭି ।
ଫିଲ୍ମରେ ଅମୀରଙ୍କ ଅଭିନୟ ସହ ହରିୟାଣୀ ଭାଷା ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଆହୁରି ପରଫେକ୍ଟ କରି ଦେଇଛି । ହରିୟାଣାର ରେସଲର୍ ମହାବୀର ସିଂ ଫୋଗାଟଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଦଙ୍ଗଲ୍’ । ଫିଲ୍ମରେ ଆମୀର୍ ବିପକ୍ଷରେ ଅଛନ୍ତି ଛୋଟ ପରଦାର ବଡ ନାୟିକା ସାକ୍ଷୀ ତନୱର୍ । ଫିଲ୍ମର ନିରଦଶନା ନିତେଶ୍ ତିୱାରୀ ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନିଜେ ଆମୀର୍ ଖାନ୍ । ଡିସେମ୍ବର ୨୩ ତାରିଖରେ ରିଲିଜ୍ ହେବ ‘ଦଙ୍ଗଲ୍’ ଯାହାକୁ ଦେଖିବା ପାଇଁ ଦର୍ଶକ ବହୁତ ଉତ୍ସାହିତ ।
ଦେଖନ୍ତୁ ‘ଦଙ୍ଗଲ’ର ଟ୍ରେଲର୍ ଏହି ଭିଡିଓରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/dangal-hd-images.jpg)