୮ ବର୍ଷ ତଳର ଏକ ମାମଲାକୁ ନେଇ ଗୋପାଲ ଇଟାଲିଆଙ୍କୁ ହେପାଜତକୁ ନେଇଥିଲା ଦିଲ୍ଲୀ ପୋଲିସ, ପଚରା ଉଚରା ପରେ ଏବେ ଛାଡିଦେଲା

୮ ବର୍ଷ ତଳର ଏକ ମାମଲାକୁ ନେଇ ଗୋପାଲ ଇଟାଲିଆଙ୍କୁ ହେପାଜତକୁ ନେଇଥିଲା ଦିଲ୍ଲୀ ପୋଲିସ, ପଚରା ଉଚରା ପରେ ଏବେ ଛାଡିଦେଲା

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ବି ସେଠାରେ ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସକୁ କଡା ଟକ୍କର ଦେଉଛି ଆମ୍ ଆଦମୀ ପାର୍ଟି । ଏହାରି ମଧ୍ୟରେ ଆମ୍ ଆଦମୀ ପାର୍ଟିର ଗୁଜରାଟ ଅଧ୍ୟକ୍ଷ ଗୋପାଲ ଇଟାଲିଆଙ୍କୁ ଏକ ପୁରୁଣା ମାମଲାରେ ଆଜି ହେପାଜତକୁ ନେଇଥିଲା ଦିଲ୍ଲୀ ପୋଲିସ । ହେଲେ ପଚରା ଉଚରା ପରେ ଏବେ ତାଙ୍କୁ ଛାଡି ଦେଇଛି । ମଳିଥିବା ସୂଚନା ମୁତାବକ ଦିଲ୍ଲୀ ପୋଲିସ ଗୋପାଲଙ୍କୁ ୩ ଘଂଟା ଜେରା କରିଥିଲା । ତାଙ୍କୁ ଦକ୍ଷିଣ ପୂର୍ବୀ ଜିଲ୍ଲାର ଓଖଲା ଥାନାରେ ଅଟକ ରଖାଯାଇଥିଲା ।

ସୂଚନା ମୁତବାକ ଗୋପାଲ ଇଟାଲିଆଙ୍କୁ ଗୁରୁବାର ଅର୍ଥାତ ଆଜି ଦିଲ୍ଲୀ ପୋଲିସ ହେପାଜତକୁ ନେଇଥିଲା । ସେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କର ନୋଟିସ ପାଇଁ ଆୟୋଗଙ୍କ ଦପ୍ତରରେ ପହଂଚିବା ପରେ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲା । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କଟାକ୍ଷ କରି କହିଥିଲେ କି ଯେଉଁ ଲୋକ ଗୋପାଲ ଇଟାଲିଆଙ୍କୁ ଗିରଫ କରିଛନ୍ତି ସେମାନଙ୍କୁ ସ୍କୁଲ ଚଳାଇ ଆସେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe