Advertisment
କନକ ବ୍ୟୁରୋ: ଆକାଶ ଏୟାରଲାଇନ୍ସ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ ବିମାନ ସେବା ଆରମ୍ଭ କରିଛି। ଆକାଶ ଏୟାର ଭୁବନେଶ୍ୱରରୁ ଅପରାହ୍ନ ୨ଟା ୫ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରି ସେଠାରେ ୪ଟା ୧୫ରେ ଅବତରଣ କରିବ। ବେଙ୍ଗାଲୁରରୁ ସଂଧ୍ୟା ୫ଟା ୪୦ରେ ଉଡ଼ାଣ ଆରମ୍ଭ କରି ରାତି ୭ଟା ୫୦ରେ ଭୁବନେଶ୍ୱରରେ ଅବତରଣ କରିବ। ସେହିପରି ଭୁବନେଶ୍ୱର-ପୁଣେ ବିମାନ ସକାଳ ୮ଟା ୪୦ରେ ଭୁବନେଶ୍ୱର ଛାଡ଼ିବାକୁ ଥିବାବେଳେ ପୂର୍ବାହ୍ନ ୧୦ଟା ୫୦ରେ ପୁଣେରେ ପହଞ୍ଚିବ। ପୁଣେରୁ ୧୧ଟା୨୫ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୧ଟା ୩୦ରେ ଭୁବନେଶ୍ୱରରେ ଅବତରଣ କରିବ।