ଆଧାରକୁ ଭୋଟର ପରିଚୟ ପତ୍ର ସହ ସଂଯୁକ୍ତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ! ନିର୍ବାଚନ କମିଶନରଙ୍କ ଯୋଜନା ।

ଆଧାରକୁ ଭୋଟର ପରିଚୟ ପତ୍ର ସହ ସଂଯୁକ୍ତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ! ନିର୍ବାଚନ କମିଶନରଙ୍କ ଯୋଜନା ।

Change.org

ଏକକ ପରିଚୟ ପତ୍ର ଆଧାରକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ସାମ୍ବିଧାନିକ ବୈଧତା ପ୍ରଦାନ କରିବା ପରେ ଏବେ ଭୋଟର ପରିଚୟ ପତ୍ରକୁ ଆଧାର ସହ ସଂଯୁକ୍ତ (ଲିଙ୍କ୍) କରିବା ପାଇଁ ଦେଶର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବରକୁ କିପରି ସହଜ ଉପାୟରେ ଭୋଟର ପରିଚୟ ପତ୍ର ସହ ସଂଯୁକ୍ତ କରାଯାଇ ପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।

publive-image

୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଭୋଟର ପରିଚୟ ପତ୍ର ସହ ସଂଯୁକ୍ତ ହୋଇଗଲେ ଏହା ଭୋଟ ଗ୍ରହଣ ପ୍ରକ୍ରିୟାକୁ ସରଳ ଓ ସୁଗମ କରିବ। ଏଥିସହ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ରେ ଭୋଟରମାନଙ୍କୁ ଭୋଟ ଦାନ ସୁବିଧା ଓ ସହଜ ହେବା ସହ ଭବିଷ୍ୟତରେ ଇଣ୍ଟରନେଟ୍ ଭୋଟିଂ ସେବା ମାଧ୍ୟମରେ ମଧ୍ୟ ଭୋଟରମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିପରିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

publive-image

ଦେଶର ମୁଖ୍ୟ ନିର୍ବାଚନ କମିଶନ ଓ ପି ରାଓ୍ଵତ ତାଙ୍କ ସଚିବାଳୟକୁ ଆଧାର ସଂପର୍କିତ ସୁପ୍ରିମ୍ କୋର୍ଟଙ୍କ ରାୟକୁ ତର୍ଜମା କରି ଦେଖିବା ପାଇଁ ନିର୍ଦ୍ଦେଶ ଦେବା ସହ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଭୋଟର ପରିଚୟ ପତ୍ର ସହ ସଂଯୁକ୍ତକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe