ବଡବିଲରେ ସ୍କୁଲବସ ପାଇଁ ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ : ବସ ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି କହିଲେ ଛାତ୍ରଛାତ୍ରୀ

37

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ପିଲାମାନେ ସ୍କୁଲବସର ସୁବିଧା ପାଇ ପାରୁନଥିବାରୁ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ତେଣୁ ଭଦ୍ରାସାହି – ବଡବିଲ ରାସ୍ତାରେ ଶହଶହ ଗାଡିମଟର ଅଟକି ରହିଛି । ଫଳରେ ଅନେକ ସାଧାରଣ ଲୋକ ଅସୁବିଧାର ସମୁଖୀନ ହୋଇଛନ୍ତି । ପୂର୍ବରୁ ଭଦ୍ରାଶାହି ଅଞ୍ଚଳରୁ ଶହଶହ ସ୍କୁଲ ଛାତ୍ରଛାତ୍ରୀଙ୍କର ସ୍କୁଲ ଯିବା ଆସିବା ପାଇଁ ପାରିପାଶ୍ୱର୍ିକ ଉନ୍ନୟନ ପାଣ୍ଠି ବ୍ୟୟରେ ସ୍ଥାନୀୟ ଖଣି ଓ କାରଖାନା କର୍ତ୍ତୃପକ୍ଷ ପିଲାମାନଙ୍କ ଯିବାଆସିବା ଲାଗି କେତେକ ବସ ଯୋଗାଇ ଦେଇଥିଲେ । ତେବେ କୈାଣସି କାରଣରୁ ଏହିବସ ସେବାକୁ ଖଣିବିଭାଗ ବନ୍ଦ କରିଦେଲା । ତେଣୁ ପିଲାମାନେ ସ୍କୁଲ ଯିବା ଆସିବାରେ ଅନେକ ଅସୁବିଧାର ସମୁଖୀନ ହେଲେ ।

କେବଳ ଏହାନୁହେଁ ପିଲାମାନେ ସଠିକ ସମୟରେ ସ୍କୁଲ ନ ଯିବା କାରଣରୁ ବିଦ୍ୟାଳୟରେ ପଢାଯାଇଥିବା ପାଠ ମଧ୍ୟ ପିଲାମାନେ ବୁଢି ପାରିନାହାନ୍ତି । ତେଣୁ କିପରି ଭାବରେ ମାସିକ ପରୀକ୍ଷା ଦେବେ ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ । ବାରମ୍ବାର ବସ ଯୋଗାଉଥିବା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ମଧ୍ୟ କୈାଣସି ପ୍ରକାରର ଉତ୍ତର ମିଳିନଥିଲା କି ପୂର୍ବଭଳି ବସ ସେବା ମଧ୍ୟ ମିଳିନଥିଲା । ତେଣୁ ପିଲାମାନେ ବାଧ୍ୟ ହୋଇ ଆଜି ବଡବିଲ-ଭଦ୍ରାସାହିର ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ତେବେ ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ ପ୍ରଶାସନର କିଛି ଅଧିକାରୀ ପହଞ୍ଚିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଚଳ ରହିବା ସହ ଯେ ପର୍ଯ୍ୟନ୍ତ ସେମାନଙ୍କ ଅସୁବିଧାର ସମାଧାନ କରାନଯିବ ଅର୍ଥାତ ସ୍କୁଲବସ ନ ମିଳିବ ସେତିକି ବେଳ ଜାଗେ ଏହିପରି ଭାବରେ ରାସ୍ତାରୋକ ଚାଲିବ ବୋଲି ଆନ୍ଦୋଳନକାରୀ ପିଲାମାନେ କହିଛନ୍ତି । ଆନ୍ଦୋଳନ ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିବା ସୂଚନା ମିଳିଛି ।