ଯୁବତୀ ଦେଖାଇଲେ ସାହସ । ଏକାକୀ ୨ ଲୁଟେରାଙ୍କ ସହ କଲେ ଲଢେଇ, ଜଣକୁ କଲେ କାବୁ

421

କନକ ବ୍ୟୁରୋ : ଲୁଟେରାଙ୍କ ସହ ଲଢେଇ କଲେ ଯୁବତୀ । ଲଢେଇ କରିବା ସହ ଜଣେ ଲୁଟେରାକୁ କାବୁ ମଧ୍ୟ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ରୀନା ନାମକ ଜଣେ ଯୁବତୀଙ୍କଠାରୁ ମୋବାଇଲ ଲୁଟିବା ବେଳେ ଯୁବତୀ ଜଣକ ନିଜ ମୋବାଇଲ ବଞ୍ଚାଇବା ସହ ଜଣେ ଲୁଟେରାକୁ କାବୁ କରିଥିଲେ ।

ରାଜଧାନୀରେ ପୋଲିସକୁ ଖୋଲା ଚ୍ୟାଲେଂଜ ଦେଇ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା । ଅଧିକାଂଶ ସମୟରେ ଲୁଟେରାଙ୍କ ଟାର୍ଗେଟରେ ରହୁଛନ୍ତି ଯୁବତୀ ଓ ମହିଳା । ଗତକାଲି ରାତିରେ ଖଣ୍ଡଗିରି ଡ଼ୁମୁଡ଼ୁମା ଅଂଚଳରେ ମହିଳାଙ୍କ ଠାରୁ ଲୁଟ ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କରିଛନ୍ତି ଏହି ମହିଳା ।