ବାଇକ ନଦେବାରୁ ଅଧାରେ ଅଟକିଲା ବାହାଘର । ବଲାଙ୍ଗୀର ହାତୀଶାଲପଡାରେ ଯୌତୁକକୁ ନେଇ ତୁମୁଳ କାଣ୍ଡ

343

କନକ ବ୍ୟୁରୋ : ଯୌତକ ପାଇଁ ବିବାହ ଉତ୍ସବରେ ଦେଖାଗଲା ଅସନ୍ତୋଷ । ବିବାହ ସରିଥିଲା । ଝିଅ ଶାଶୁଘରକୁ ଯିବାକୁ ସବୁ ପ୍ରସ୍ତୁତି ବି ସରିଥିଲା । ହେଲେ ଠିକ୍ ଏହି ସମୟରେ କେଁ ସାଜିଲା ମୋଟରସାଇକେଲ୍ । ୨ ଚକିଆ ଗାଡିଟିଏ ଯୌତୁକ ଆକାର ନେବାକୁ ଜିଦରେ ଅଡିବସିଥିଲା ବର । ଏଭଳି ଏକ ଘଟଣା ଆସିଛି ବଲାଙ୍ଗୀର ସହରର ହାତୀଶାଲ୍ ପଡାରୁ ।

ଏମିତିକି ଝିଅର ବିଦାୟ ସମୟରେ ବର ସେହଫାଜ ଝିଅର ବାପାଙ୍କ ନିକଟରେ ବାଇକ୍ ପାଇଁ ଅଡି ବସିଥିଲା । ଝିଅର ବାପାଙ୍କ ନିକଟରୁ କିଛି ଦିନର ମହଲତ ବି ବରକୁ ମିଳିିଲା । ହେଲେ ଝିଅର ବାପା ବରର ଦାବିକୁ ପୂରଣ ନକରିପାରିବାରୁ ବିବାହ ସ୍ଥଳରେ ବଚସା ସୃଷ୍ଟି ହୋଇଥିଲା । ଆଉ ଏହାପରେ ଘଟଣାଟି ଥାନାକୁ ଯାଇଥିଲା । ଝିଅର ବାପା ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଆଧାର କରି ବଲାଙ୍ଗୀର ଟାଉନ ଥାନା ପୋଲିସ୍ ଉଭୟ ବର ଓ ବରର ବାପା ଅଟକ ରହିଛନ୍ତି ।