କନକ ବ୍ୟୁରୋ: ଗୋବିନ୍ଦ ସାହୁଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଏନଭଲପ ଜବତ ହୋଇଥିବା ପରିବାର ଲୋକେ କହିଛନ୍ତି । ଆଉ ସେହି ଏନଭଲପରେ ଗୋବିନ୍ଦଙ୍କ ହାତଲେଖା ସୁଇସାଇଡ ନୋଟ ଥିବା ଚର୍ଚ୍ଚା ହେଉଛି । ଆଉ ଗୋବିନ୍ଦ ସାହୁଙ୍କ ମରଶରୀର ପାଖରୁ ଲଫାପା ଜବତ ପରେ ସସପେନ୍ସ ବଢିଛି । ଆଉ ଏଥିରେ କଣ ରହିଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।

Advertisment

ସୁଇସାଇଡ ନୋଟରେ କ’ଣ ଅଛି?
- ଗୋବିନ୍ଦ ସାହୁଙ୍କ ପକେଟରୁ ଏନଭଲପ ଜବତ ପରେ ଚର୍ଚ୍ଚା
- ଏନଭଲପରେ କ’ଣ ଗୋବିନ୍ଦଙ୍କ ହାତଲେଖା ଚିଠି ଅଛି?
- ଯଦି ହଁ ତେବେ ତାହା କ’ଣ ପ୍ରକୃତରେ ଗୋବିନ୍ଦ ଲେଖିଛନ୍ତି?
- ନା’ ତଦନ୍ତକୁ ପ୍ରଭାବିତ କରିବାକୁ କେହି ଚିଠି ରଖିଦେଇଛି?
- ଗୋବିନ୍ଦ ଚିଠିରେ ଆତ୍ମହତ୍ୟା ପଛର କାରଣ ଲେଖିଛନ୍ତି କି?
- ଜେଲରେ ଥିବା ବେଳେ ତାଙ୍କ ଉପରେ କିଏ ଚାପ ପକାଇଥିଲେ କି?
- ହତାଶ ହୋଇ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି କି?
- ଯଦି ହଁ, ତେବେ କେଉଁ ସବୁ କାରଣରୁ ହତାଶ ହୋଇଥିଲେ
- ମମିତା ମାମଲାରେ ବଡବଡିଆଙ୍କ ସଂପୃକ୍ତ ଅଭିଯୋଗ ଆସିଥିଲା
- ବଡବଡିଆଙ୍କ ବାବଦରେ ଚିଠିରେ କିଛି ଲେଖିଛନ୍ତି କି ଗୋବିନ୍ଦ?
- ମହାଲିଙ୍ଗ କଲେଜ ମାମଲାରେ ସଂପୃକ୍ତଙ୍କ ବାବଦରେ ସୂଚନା ଅଛି?
- କ୍ରାଇମବ୍ରାଂଚ ହେପାଜତରେ ଏନଭଲପ ରହିଛି
- ପରିବାର ଲୋକ କ୍ରାଇମବ୍ରାଂଚ ଉପରେ ଭରସା କରୁନାହାନ୍ତି
- ପୁରା ଘଟଣା ସିବିଆଇ ତଦନ୍ତ କରୁ ବୋଲି ପରିବାରର ଦାବି