ଆସିଲା ମାଟ୍ରିକ୍ ରେଜଲ୍ଟ : ଜାଣନ୍ତୁ ୧୦ ବଡ ଖବର

407

କନକ ବ୍ୟୁରୋ : ପ୍ରକାଶ ପାଇଲା ମାଟ୍ରିକ ଫଳ । ଚଳିତ ବର୍ଷ ପରୀକ୍ଷାରେ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ କରିଛନ୍ତି । ପାସ ହାର ୯୦. ୫୫ ପ୍ରତିଶତ ଥିବା ବେଳେ ଫେଲ ହୋଇଛନ୍ତି ୮ ହଜାର ୬୯୯ ଛାତ୍ରଛାତ୍ରୀ । ୨ ଲକ୍ଷ ୫୬ ହଜାର ୮୭୭ ପୁଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ୮୮.୭୭ ପ୍ରତିଶତ ।

ସେହିଭଳି ୨ ଲକ୍ଷ ୬୦ ହଜାର ୯୭୦ ଝିଅ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ୯୨.୩୭ ପ୍ରତିଶତ ରହିଛି । ଏ୧ ଗ୍ରେଡରେ ୮୧୧୯ ଛାତ୍ରଛାତ୍ରୀ , ଏ୨ ଗ୍ରେଡରେ ୫୪ ହଜାର ୮୮୯, ବି୧ ଗ୍ରେଡରେ  ୧ ଲକ୍ଷ ୨୦ ହଜାର ୩୧୨, ବି୨ ଗ୍ରେଡରେ  ୧ ଲକ୍ଷ ୪୨ ହଜାର ୫୯୯ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରେ ଜିରୋ ରେଜଲ୍ଟ ରହିଛି ।

ମାଟ୍ରିକ୍ ରେଜଲ୍ଟର ୧୦ ବଡ ଖବର

୧) ୧ହଜାର ୧୭୦ ସ୍କୁଲରେ ସମସ୍ତେ ପାସ୍
୨) ତିନୋଟି ସ୍କୁଲରେ ସମସ୍ତେ ଫେଲ୍
୩) ପୁଅଙ୍କ ତୁଳନାରେ ଝିଅ ଆଗୁଆ
୪) ପୁଅ -୮୮.୭୭% ଓ ଝିଅ -୯୨.୩୭% ପାସ୍
୫) ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
୬) ୯୦%ରୁ ଅଧିକ ମାର୍କ-୮,୧୧୯ ଜଣ
୭) ୬୦%ରୁ ଅଧିକ ମାର୍କ – ୫୬.୯୯%
୮) ମାଟ୍ରିକ୍ ଫେଲ୍ – ୮ହଜାର ୬୯୯
୯) ପରୀକ୍ଷା ଦେଇଥିଲେ – ୫,୨୬,୮୧୮ ଜଣ
୧୦) ପରୀକ୍ଷା ଦେବାକୁ ଆସିଲେନି – ୪୫,୦୯୧