କନକ ବ୍ୟୁରୋ: ନୂଆପଡ଼ାରେ ବାଘ ଆତଙ୍କ । ଆମାନାରା ବିଟ୍ ଅଧିନ ତରିଆମହୁଆଭଟା ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗାଁର ଜଣଙ୍କ ଗୁହାଳରୁ ବାଛୁରୀ ଟାଣି ଖାଇଥିବା ଜଣାପଡ଼ିଛି । ଗୁହାଳଠାରୁ ୨ ଶହ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା । ନିକଟରେ ବାଘର ପାଦଚିହ୍ନ ରହିଛି । ଏହା ଏକ କଲରାପତରିଆ ବାଘ ବୋଲି ଲୋକେ ସନ୍ଦେହ କରୁଛନ୍ତି । ଯାହାକୁ ନେଇ ଗାଁରେ ଆତଙ୍କ ଦେଖାଦେଇଛି । ଗାଁରେ ବନ କର୍ମଚାରୀ ପହଂଚିଛନ୍ତି । ବାଘ କେଉଁଠାରେ ରହିଛି, ସେନେଇ ଖୋଜାଖୋଜି ଆରମ୍ଭ ହୋଇଛି ।