କନକ ବ୍ୟୁରୋ: ଗମନାଗମନର ସମସ୍ୟା । ରାସ୍ତାଟିଏ ପାଇଁ ବହୁବାର ଅନୁରୋଧ କଲେ । ହେଲେ ହୋଇପାରିଲାନି ରାସ୍ତା କି ବ୍ରିଜ୍ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । ଲୋକଙ୍କ ବାଟ ଓଗାଳୁଛି ଝଂଜାବତୀ ନଦୀ । ଅନ୍ୟ ଦିନ ତ ଦୂର କଥା ବର୍ଷା ଦିନରେ ବି ସ୍ଥିତି ବେହାଲ ହୋଇପଡୁଛି । ସମସ୍ୟା ସମାଧାନ ନହେବାରୁ ଶେଷରେ ଲୋକେ ବାଧ୍ୟ ହୋଇ ନିଜ ଉଦ୍ୟମରେ ତିଆରି କରିଲେ ବ୍ରିଜ୍ । ତା ପୁଣି କାଠରେ । ଏଭଳି ଖବର ଆସିଛି ରାୟଗଡା କୋଡିଙ୍ଗଗୁଡା ଅଞ୍ଚଳରୁ । ଗମନାଗମନ ସମସ୍ୟା ଦୂର କରିବାକୁ ଲୋକେ ଚାନ୍ଦା ଆଦାୟ କରି ନିଜ ପରିଶ୍ରମରେ ତିଆରି କରିଛନ୍ତି କାଠ ପୋଲ । ନଦୀ ଉପରେ ଲମ୍ବା ଲମ୍ବା ନୀଳଗିରି କାଠ ସବୁ ରଖି ପୋଲ ନିର୍ମାଣରେ ଲାଗିପଡ଼ିଛନ୍ତି ଗାଁର ଲୋକେ । ଗାଁକୁ ଆମ୍ବୁଲାନ୍ସ ଯାଇପାରୁନଥିବା ବେଳେ ରୋଗୀଙ୍କୁ ନଦୀପାର କରି ନିଆଯାଉଥିଲା । ଛୋଟରୁ ବଡ଼ ସମସ୍ତେ ଦୈନଦିନ କାମ ପାଇଁ ନଦୀ ଉପରେ ନିର୍ଭର କରୁଛନ୍ତି । ହେଲେ ବ୍ରିଜ୍ ନଥିବାରୁ ବହୁବାର ଦାବି କରି ନିରାଶ ହୋଇ ଶେଷର ନିଜ ଗାଁର ସମସ୍ୟାର ସମାଧାନ ନିଜେ କରିଛନ୍ତି । କାଠରେ ଅସ୍ଥାୟୀ ପୋଲ ତିଆରି କରିଛନ୍ତି ।
ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗାଁ ଲୋକ । ନଦୀରେ ନିର୍ମାଣ କରିଛନ୍ତି ଅସ୍ଥାୟୀ କାଠ ପୋଲ ।
/kanak/media/post_attachments/wp-content/uploads/2022/10/hth.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)