ଜନ୍ମଦିନରେ ସଲମାନ କହିଲେ କେମିତି କାମୁଡିଥିଲା ସାପ ? ଫାର୍ମ ହାଉସରେ ସାପଟି ମାରିଥିଲା ୩ଟି ଚୋଟ

382

କନକ ବ୍ୟୁରୋ : ଗୋଟାଏ ସାପ ମୋ ଫାର୍ମହାଉସ୍‌ରେ ପଶିଲା । ଖଣ୍ଡେ ବାଡ଼ିରେ ସାପକୁ ମୁଁ ବାହାରେ ଛାଡିବାକୁ ନେଉଥିଲି । ଆଉ ସେତିକିବେଳେ ସେ ମୋ ହାତ ପର୍ଯ୍ୟନ୍ତ ଚାଲି ଆସିଲା । ବାହାରେ ଛାଡ଼ିବାକୁ ତାକୁ ନେବା ବେଳେ ସେ ମୋତେ ୩ ଚୋଟ ମାରିଲା । ସେଇଟା ଗୋଟାଏ ଧରଣର ବିଷଧର ସାପ । ତେଣୁ, ମୋତେ ୬ ଘଣ୍ଟା କାଳ ଡାକ୍ତରଖାନାରେ ରହିବାକୁ ପଡ଼ିଲା । ଏବେ ମୁଁ ଭଲ ଅଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ଅଭିନେତା ସଲ୍‌ମନ୍‌ ଖାଁ କହିଛନ୍ତି ।