ଜୀବନ ନେଇଗଲା ଆମ୍ବୁଲାନ୍ସ ! ଖୋଲିଲାନି ଆମ୍ବୁଲାନ୍ସର ଡୋର, ଭିତରେ ଛଟପଟ ହୋଇ ଚାଲିଗଲା କୁନି ଶିଶୁର ଜୀବନ ।

35

ଅନେକ ସମୟରେ ଲୋକମାନଙ୍କ ଜୀବନ ବଞ୍ଚାଇଛି ଆମ୍ବୁଲାନ୍ସ । ଅନେକ ରୋଗୀ ଜୀବନଦାନ ପାଇ ଆମ୍ବୁଲାନ୍ସ ଦ୍ୱାରା ଉପକୃତ ହୋଇଛନ୍ତି । କିନ୍ତୁ ଆଜି ଏହି ଆମ୍ବୁଲାନ୍ସ ନେଇଯାଇଛି ଏକ କୁନି ଶିଶୁର ଜୀବନ । ଛତିଶଗଡରେ ଆମ୍ବୁଲାନ୍ସ କାରଣରୁ ଏପରି ଏକ ଘଟଣା ଘଟିଛି ଯାହା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଲଜ୍ଜିତ କରିଦେଇଛି । ଛତ୍ତିଶଗଡରେ ଜଣେ ଶିଶୁର ମୃତ୍ୟୁର କାରଣ ପାଲଟିଛି ଆମ୍ବୁଲାନ୍ସ । ରାୟପୁର ମେଡିକାଲକୁ ନେଇ ଆସିଥିବା ବେଳେ ଆମ୍ବୁଲାନ୍ସର ଡୋର ନଖୋଲିବା କାରଣରୁ ଶ୍ୱାସରୁଦ୍ଧ ହୋଇ ଜଣେ ଅଢେଇ ମାସ କୁନି ଶିଶୁର ମୃତ୍ୟୁ ହୋଇଛି ।

ସୂୂଚନା ମୁତାବକ, ବିହାରର ଗୟା ଜିଲ୍ଲାରେ ଅମ୍ବିକା ସିଂହ ନାମକ ଜଣେ ବ୍ୟକ୍ତି ବାସ କରନ୍ତି । ଅମ୍ବିକାଙ୍କ କହିବା ଅନୁସାରେ ତାଙ୍କର ଅଢେଇ ମାସର ଶିଶୁକୁ ହୃଦୟ ଜନିତ ଏକ ରୋଗ ଥିଲା । ଅମ୍ବିକା ଏବଂ ତାଙ୍କ ପତ୍ନୀ ଗୟା ରାୟପୁର ନିକଟରେ ଥିବା ସାଇ ହସ୍ପିଟାଲରେ ଶିଶୁର ଉତ୍ତମ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଷ୍ଟେସନରେ ଆସି ପହଞ୍ଚିଥିଲେ । ସେଠାରେ ଶିଶୁର ଅବସ୍ଥା ଖରାବ ହୋଇଥିବା ଦେଖି ଅମ୍ବିକା ମାଗଣା ଆମ୍ବୁଲାନ୍ସ ସେବା ସଞ୍ଜିବନୀ ଏକ୍ସପ୍ରେସ ୧୦୮କୁ ଯୋଗାଯୋଗ କରିଥିଲେ । ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ଆମ୍ବୁଲାନ୍ସ ଯୋଗେ ଅମ୍ବିକା ତାଙ୍କ ଶିଶୁକୁ ନିକଟରେ ଥିବା ଭିମରାଜ ଆମ୍ବେଡକର ମେଡିକାଲକୁ ନେଇଯାଇଥିଲେ । ମେଡିକାଲରେ ପହଞ୍ଚିବା ପରେ ଯେତେବେଳେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଆମ୍ବୁଲାନ୍ସର ଡୋର ଖୋଲନ୍ତି ସେତେବେଳେ ଆମ୍ବୁଲାନ୍ସର ଡୋର ଖୋଲିନଥିଲା । ଡୋର ଖୋଲିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଥି ମଧ୍ୟରେ ୪୦ ମିନିଟ ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସର ଡୋର ଖୋଲିନଥିଲା । ଶିଶୁକୁ ବାହାର କରିବା ପାଇଁ ଜଣେ ବ୍ୟକ୍ତି ଆମ୍ବୁଲାନ୍ସର ଝରକା ଭାଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଆମ୍ବୁଲାନ୍ସର ଡ୍ରାଇଭର ତାହା କରିବା ପାଇଁ ରୋକଠୋକ ମନା କରିଦେଇଥିଲେ । ବହୁ ଚେଷ୍ଟା ପରେ ଆମ୍ବୁଲାନ୍ସର କବାଟ ନଖୋଲିବାରୁ ବାଧ୍ୟ ହୋଇ ଶିଶୁକୁ ଆମ୍ବୁଲାନ୍ସର ଝରକା ବାଟେ ବାହାରକୁ ବାହାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସ୍ୟକ ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁର ମୃତ୍ୟୁ ପାଇଁ ପିତା ମାତା ଆମ୍ବୁଲାନ୍ସକୁ ଦାୟୀ କରିଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ଏହି ମାମଲା ଉପରେ ତାର ସଫେଇ ଦେଇ କହିଛି ପୂର୍ବରୁ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଏଠାକୁ ଆସିବା ପରେ କୌଣସି ଯାନ୍ତ୍ରୀକ ତ୍ରୁଟି କାରଣରୁ ଆମ୍ବୁଲାନ୍ସର ଡୋର ଖୋଲିନଥିଲା । ଏଥିପାଇଁ ଆମ୍ବୁଲାନ୍ସ ଦାୟୀ ନୁହେଁ । କିନ୍ତୁ ପ୍ରକୃତ ଘଟଣା କଣ ତାହା ଏବେ ତଦନ୍ତ କରାଯାଉଛି ।