କନକ ବ୍ୟୁରୋ: ପ୍ରାୟ ୮୦% ଭାରତୀୟଙ୍କ ଭାବାବେଗକୁ ଆଘାତ କଲା ଭଳି ବୟାନ ରଖିଛନ୍ତି ଡିଏମକେ ନେତା ଏ.ରାଜା । ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ ସହ ତୁଳନା କରିଛନ୍ତି ଡିଏମକେ ନେତା । ସେହିପରି ପ୍ରଧାନମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି- ଯଦି ସେ ସନାତନ ଧର୍ମକୁ ଅନୁସରଣ କରୁଛନ୍ତି, ତାହେଲେ ବିଦେଶକୁ ଯିବା କଥା ନୁହେଁ । କାରଣ, ସେମାନେ ସମୁଦ୍ର ଅତିକ୍ରମ କରନ୍ତି ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବିବାଦ ଥମି ନଥିବା ବେଳେ ଏ.ରାଜାଙ୍କ ବୟାନ ନୂଆ ବିବାଦ ସୃଷ୍ଟି କରିଛି ।

Advertisment

ଏ. ରାଜା । ତାମିଲନାଡୁର ଏହି ଡିଏମକେ ନେତା, ଏଭଳି ଏକ ବୟାନ ରଖିଛନ୍ତି, ଯାହାର ପ୍ରଭାବ ସିଧାସଳଖ, ଦେଶର ପ୍ରାୟ ଶହେ କୋଟି ଲୋକଙ୍କ ଉପରେ ପଡ଼ିବାକୁଯାଉଛି । କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ବିରୋଧ କରିବାକୁ ଯାଇ, ଚେନ୍ନାଇରେ ସନାତନ ଧର୍ମକୁ କୃଷ୍ଠ ଏବଂ ଏଡ୍ସ ରୋଗ ସହ ତୁଳନା କରିଛନ୍ତି ଡିଏମ୍କେ ନେତା । ପୂର୍ବରୁ କୃଷ୍ଠ ରୋଗକୁ ଘୃଣା ଦୃଷ୍ଟିରେ ଦେଖାଯାଉଥିଲା । ଏବେ ଏଚଆଇଭିକୁ ସାମାନ ଦୃଷ୍ଟିରେ ଦେଖାଯାଉଛି । ଆମେ ଯେତିକି ଜାଣିଛୁ- ସନାତନ ଧର୍ମକୁ ଏଚଆଇଭି ଓ କୃଷ୍ଠ ଭଳି ସାମାଜିକ ବ୍ୟାଧି ଭାବେ ବିବେଚନା କରାଯିବା ଦରକାର । ଆଶ୍ଚର୍ଯ୍ୟର କଥା ହେଉଛି- ଏ.ରାଜା ଓ ଉଦୟନିଧି ଷ୍ଟାଲିନ୍ ରଖିଥିବା ବିବାଦୀୟ ବୟାନକୁ ମଧ୍ୟ ଘୋଡ଼ାଇବାକୁ ପଛଘୁଂଚା ଦେଉ ନାହାଁନ୍ତି କିଛି ନେତା । ସନାତନ ଧର୍ମକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ପୁରୀ ଗୋବାର୍ଦ୍ଧନ ପୀଠର ଶଙ୍କରାଚାର୍ଯର୍୍ୟ ଏହି ପ୍ରସଙ୍ଗରେ ରଖିଛନ୍ତି ବଡ଼ ବୟାନ୍ । କହିଛନ୍ତି-

ଯୀଶୁ ଖ୍ରୀଷ୍ଟ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ସନାତନ ଧର୍ମ ଶିକ୍ଷା ନେଇଛନ୍ତି
ଆମ ଧର୍ମକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିବା କଦାପି ଗ୍ରହଣୀୟ ନୁହେଁ
ସାରା ବିଶ୍ୱରେ ସର୍ବପୁରାତନ ଓ ଚିରନ୍ତନ ସତ୍ୟ ହେଉଛି ସନାତନ ଧର୍ମ
କିଛି ବିଧର୍ମୀ ଭାରତର ଧର୍ମୀୟ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି
କିଛି ବିଦେଶୀ ଶକ୍ତି ତାଙ୍କ ଧର୍ମର ସ୍ଥାୟୀତ୍ୱ ବଜାୟ ରଖିବା ପାଇଁ ସନାତନ ଧର୍ମକୁ ବଦନାମ କରୁଛନ୍ତି

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଏ.ରାଜାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଠିକ୍ ଏମିତି ବେଳେ ସନାତନ ଧର୍ମର କେମିତି ସଦ୍ଭାବ ଓ ସତକାର୍ମର କଥା କୁହେ, ତାହା ବର୍ଣ୍ଣନା କରିଛନ୍ତି ଶଙ୍କରାଚାର୍ଯ୍ୟ ।