ଦୁର୍ନୀତି ବିରୋଧରେ ନିଆରା ପ୍ରତିବାଦ: ହାତରେ ଲଣ୍ଠନ ଧରି ଗ୍ରାମବାସୀଙ୍କ ଶୋଭାଯାତ୍ରା

51

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ନିଆରା ପ୍ରତିବାଦ । ଦିନ ଦିପହରରେ ହାତରେ ଲଣ୍ଠନ ଧରି ଗ୍ରାମବାସୀଙ୍କ ଶୋଭାଯାତ୍ରା । ହାତରେ ବ୍ୟାନର, ଲଣ୍ଠନ ଧରି କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷାଙ୍କୁ ଘେରିଛନ୍ତି ମହିଳାମାନେ । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ବ୍ଲକ ଧୁମାତ ପଂଚାତୟରେ ୬୧ଟି ବିଦ୍ୟୁତ ଖୁଂଟରେ ବଲ୍ବ ସଜାଡ଼ିବା ପାଇଁ ୨ଲକ୍ଷ ଟଙ୍କାର ବିଲ କରାଯାଇଥିଲା । ସଜାଡ଼ିବା ପାଇଁ ଗୋଟିଏ ବଲବ ପିଛା ଦାମ ୩୩ଶହ ଟଙ୍କା ବିିଲରେ ଦର୍ଶାଯାଇଥିଲା । ତେବେ ବିଲରେ ହୋଇଥିବା ଏହି ହେରଫେର ସରପଂଚ, ବିଏଲଡବ୍ଲୁ, ଓ ପଂଚାୟତ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ଜାଣତରେ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁ ଅନ୍ଧାରରେ ପଡ଼ିଥିବା ବେଳେ ମିଛ ବିଲ କରି ଲୋକଙ୍କୁ ଠକୁ ଥିବା ଅଭିଯୋଗ କରିଛନ୍ତି ଗାଁଲୋକ । ଏହାର ପ୍ରତିବାଦ କରି ଗାଁର ମହିଳା , ପୁରୁଷମାନେ ଲଣ୍ଠନ ଧରି ପ୍ରତିବାଦ କରିଛନ୍ତି । ପ୍ରାୟ ୨ ଘଂଟା ଧରି ଅଧ୍ୟକ୍ଷାଙ୍କୁ ଘେରିଥିଲେ ଗାଁଲୋକ । ପରେ ବିଡିଓ ବନ୍ଦନା ଖଟୁଆ ୧୦ ଦିନ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବାରୁ ମହିଳାମାନେ ଧାରଣାରୁ ହଟିଥିଲେ ।