ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ପିକଅପ୍ । ପ୍ରାୟ ୧୬ଲକ୍ଷ ଟଙ୍କାର ମଦ ଥିବା ସୂଚନା

103

କନକ ବ୍ୟୁରୋ : ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ପିକଅପ୍ । ବାଲେଶ୍ୱର ଜିଲ୍ଲା ସୋର ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏହି ମଦ ବୋଝେଇ ପିକଅପ୍ ଭ୍ୟାନ ଓଲଟିଛି ।

ପିକଅପରେ ପ୍ରାୟ ୧୬ଲକ୍ଷ ଟଙ୍କାର ମଦ ଥିବା ସୂଚନା ମିଳିଛି । ବିଭିନ୍ନ ବ୍ରାଣ୍ଡର ମଦ ରାସ୍ତା ଉପରେ ପଡ଼ିଥିବାର ଦେଖି ଲୋକେ ବୋହିବାରେ ଲାଗିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଭ୍ୟାନକୁ ଜବନ କରିବା ସହ ତଦନ୍ତ ଆରମ୍ଭ କରିଛି ।