ଏଚଆଇଭି ରୋଗୀଙ୍କ ପାଇଁ ଆସିପାରେ ରାମବାଣ। କ୍ଲିନିକାଲ ଟ୍ରାଏଲରେ ଟିକା ହେଲା ୯୭ ପ୍ରତିଶତ ସଫଳ।

97

କନକ ବ୍ୟୁରୋ: ଏଚଆଇଭିକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଏଣିକି ସୁସ୍ଥ ହୋଇପାରନ୍ତି ମାରାତ୍ମକ ଏଚଆଇଭି ଏଡସରେ ଆକ୍ରାନ୍ତ ରୋଗୀ । କାରଣ ଖୁବ ଶୀଘ୍ର ମିଳିପାରେ ଏଚଆଇଭି ଟୀକା । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୪ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ ।

ଚିକିତ୍ସା ପଦ୍ଧତି ନଥିବାରୁ ରୋଗୀମାନେ ପ୍ରାଣ ମଧ୍ୟ ହରାଉଛନ୍ତି । ଏବେ କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ନୂଆ ଆଶା ସୃଷ୍ଟି ହୋଇଛି । ବୈଜ୍ଞାନିକମାନେ କରିିଥିବା ଏହି କ୍ଲିନିକାଲ ଟ୍ରାଏଲ ୯୭ ପ୍ରତିଶତ ଭାବେ ଏଚଆଇଭି ବିରୋଧରେ କାମ କରୁଥିବା ଜଣାପଡିଛି । ଏହି ପରୀକ୍ଷଣ ୩୬ଜଣ ସ୍ୱେଚ୍ଛାସେବୀଙ୍କ ଉପରେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୫ଜଣଙ୍କ ଦେହରେ ଆଟିଂବଡି ତିଆରି ହୋଇଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି । ଏହି ଭ୍ୟାକସିନର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନି । ଦୁଇଟି ଡୋଜ ସହ ବୁଷ୍ଟର ଡୋଜ ମଧ୍ୟ ଆବଶ୍ୟକ ପଡିପାରେ ।