ରାଜଧାନୀରେ ଶୁଭଶ୍ରୀ ହତ୍ୟାକାଣ୍ଡ ମାମଲାର ନୂଆ ମୋଡ଼ । କଲ୍ ଡିଟେଲସ୍ ରେକର୍ଡରୁ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ

328

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଶୁଭଶ୍ରୀଙ୍କ ମୃତ୍ୟୁ ପୂର୍ବର ୨୭ ସେକେଣ୍ଡର ଶେଷ କଲ୍ । ଶୁଭଶ୍ରୀଙ୍କ ଏହି ଶେଷ ଫୋନକଲ୍  ପୂରା ଘଟଣାର ମୋଡକୁ ବଦଳାଇ ଦେଇଛି । ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି, ଶୁଭଶ୍ରୀ ମୃତ୍ୟୁର ୪୦ ମିନିଟ ପୂର୍ବରୁ କ୍ରମାଗତ ଭାବରେ ଚିତରଞ୍ଜନ ଜେନା ନାମକ ଜଣେ ଯୁବକଙ୍କୁ ୭ ଥର କଲ୍ କରିଥିଲେ । ତେବେ ଏବେ ମାମଲାର ଅଧିକ ଖୋଳତାଡ଼ କରିବାକୁ ଚିତରଞ୍ଜନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

  • ଚିତ୍ତରଞ୍ଜନଙ୍କ ଚାଞ୍ଚଲ୍ୟକର ବୟାନ
  • ପୁଲିସ ଖୋଲିବ ୨୭ ସେକେଣ୍ଡର ସତ

ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଛି ବିସ୍ଫୋରକ ତଥ୍ୟ ।  ଶୁଭଶ୍ରୀଙ୍କ ଶେଷ ଫୋନକଲ୍ ପୂରା ଘଟଣାର ମୋଡକୁ ବଦଳାଇ ଦେଇଛି । ପୁଲିସ ତଦନ୍ତବେଳେ ଜାଣିବାକୁ ପାଇଛି, ଶୁଭଶ୍ରୀଙ୍କ ମୃତ୍ୟୁର ୪୦ ମିନିଟ ପୂର୍ବରୁ କ୍ରମାଗତ ଭାବରେ ଚିତରଞ୍ଜନ ଜେନା ନାମକ ଜଣେ ଯୁବକଙ୍କୁ ୭ ଥର କଲ କରିଥିଲେ । ଆଉ ଶେଷକଲରେ ୨୭ ସେକେଣ୍ଡ ପାଇଁ ଚିତରଂଜନଙ୍କ ସହ କଥା ହୋଇଥିଲେ ଶୁଭଶ୍ରୀ ।

ତେବେ ଶେଷଥର ପାଇଁ ଶୁଭଶ୍ରୀ , ନୟାଗଡ ଅଞ୍ଚଳର ଚିତ୍ତରଞ୍ଜନ ଜେନାଙ୍କ ସହ  କଣ କଥା ହୋଇଥିଲେ ତାହା ଜାଣିବା ଲାଗି ଚିତରଞ୍ଜନଙ୍କୁ ଥାନାରେ ଅଟକ ରଖାଯାଇଛି । ଆଉ ଘଣ୍ଟା ଘଣ୍ଟା ଧରି ତାଙ୍କୁ ଜେରା କରିଛନ୍ତି ଭୁବନେଶ୍ୱର ଡିସିପି, ଏସିପି ଓ ଖାରବେଳନଗର ଥାନା ଇନସ୍ପେକ୍ଟର ।

  • ହତ୍ୟାକାଣ୍ଡ ପରେ ହୋଇଛି କି ପ୍ରମାଣନଷ୍ଟ?
  • ଚିତ୍ତରଞ୍ଜନ ଖୋଲିବେ କି ଶୁଭଶ୍ରୀ ମୃତ୍ୟୁ ରହସ୍ୟ?

ଶୁଭଶ୍ରୀ ମୃତ୍ୟୁକୁ ନେଇ ଆଇପିସିର ଧାରା ୩୦୨ ଅର୍ଥାତ ହତ୍ୟାକାଣ୍ଡ ଓ ୨୦୧ ଅର୍ଥାତ ପ୍ରମାଣ ନଷ୍ଟ ଅଭିଯୋଗରେ  ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ । ମୃତଦେହର ପାରିପାର୍ଶ୍ୱିକ ସ୍ଥିତି ଓ ବେକରେ ଥିବା ଚିହ୍ନ ସନ୍ଦେହ ବଢାଇବାରୁ ବ୍ୟବଚ୍ଛେଦ ପାଇଁ ଏଫଏମଟିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ।

ଚିତରଞ୍ଜନଙ୍କୁ ଚାଲିଛି ମାରାଥନ ଜେରା । ପଚରାଯାଉଛି ତୁହାକୁ ତୁହା ପ୍ରଶ୍ନ । ହେଲେ ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି ଚିତରଞ୍ଜନ ।

-ଶୁଭଶ୍ରୀ ମୃତ୍ୟୁ ପୂର୍ବରୁ କାହିଁକି ଚିତ୍ତରଞ୍ଜନଙ୍କୁ ବାରମ୍ବାର ଫୋନ କରୁଥିଲେ ?

-ଶେଷ ୨୭ ସେକେଣ୍ଡରେ ଉଭୟ କଣ କଥା ହୋଇଥିଲେ?

-୪୦ ମିନିଟ ପରେ କେମିତି ଶୁଭଶ୍ରୀଙ୍କ ମୃତ୍ୟୁ ହେଲା?

-ହତ୍ୟାକାଣ୍ଡ ପରେ ଆତ୍ମହତ୍ୟାର ରୂପ ଦେବାକୁ ହୋଇଥିଲା କି ଷଡଯନ୍ତ୍ର ?

ଏଭଳି ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ