ଜେଲ ଭିତରେ ମନ୍ତ୍ରୀଙ୍କୁ ମାଲିସ ଘଟଣାରେ ନୂଆ ମୋଡ: ଫିଜିଓଥେରାପିଷ୍ଟ ନୁହେଁ ଦୁର୍ଷ୍କମ ଦୋଷୀ ସତ୍ୟେନ୍ଦ୍ର ଜୈନଙ୍କୁ କରୁଥିଲା ମସାଜ

89

କନକ ବ୍ୟୁରୋ: ତିହାର ଜେଲରେ ଦିଲ୍ଲୀ ମନ୍ତ୍ରୀଙ୍କୁ ମାଲିସ ଦେଉଥିବା ଏହି ବ୍ୟକ୍ତିଙ୍କ ଉପରେ ନଜର ପକାନ୍ତୁ । ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ କେବେ ମୁଣ୍ଡରେ ସେ ତେଲ ମାଲିସ କରୁଛି ତ ପୁଣି କେବେ ଦେହ ଘଷାମୋଡ଼ା କରୁଛି । ଆଉ କେବେ ହାତ ମୋଡି ଦେଉଛି । ପୁଣି କେବେ ପାଦରେ ତେଲ ମାଲିସ କରୁଛି । ଜେଲ ଭିତରେ ମନ୍ତ୍ରୀଙ୍କୁ ଏଭଳି ଭିଭିଆଇପି ସେବାର ଭିଡିଓ ଯେତେବେଳେ ଭାଇରାଲ ହେଲା ଏହି ସମୟରେ ଆପ ବେଶ ଦମ୍ଭର ସହ କହିଥିଲା କି ମନ୍ତ୍ରୀ ଅସୁସ୍ଥ ଅଛନ୍ତି ଓ ତେଣୁ ତାଙ୍କୁ ଫିଜିଓଥେରାପି ଚିକିତ୍ସା ଯୋଗାଯାଇଛି । ଶୁଣନ୍ତୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସେହି ଭାଇରାଲ ଭିଡିଓକୁ ନେଇ କଣ କହିଥିଲେ?

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଦମ୍ଭୋକ୍ତି ଉପରେ ବଡ ପ୍ରହାର କରିଛି ତିହାର ଜେଲର ନୂଆ ସୂଚନା । କାରଣ ଜେଲ ଅଧିକାରୀ କହିଛନ୍ତି କି ମନ୍ତ୍ରୀଙ୍କୁ ମାଲିସ କରୁଥିବା ଏହି ବ୍ୟକ୍ତି କୌଣସି ଫିିଜିଓ ଥେରାପିଷ୍ଟ ନୁହଁନ୍ତି ବଂର ଦୁର୍ଷ୍କମ କରିଥିବା ଅଭିଯୋଗରେ ଦୋଷୀ ପ୍ରମାଣିତ ହୋଇ ତିହାଡ ଜେଲରେ ସଜ୍ଜା କାଟୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ଦୋଷୀ ଆଉ କାହାର ନୁହେଁ ବଂର ନିଜର ନାବାଳିକା ଝିଅର ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ଦୋଷୀର ନାଁ ହେଉଛି ରିଙ୍କୁ ଓ ଦିଲ୍ଲୀରେ ସେ ଶ୍ରମିକ ଭାବେ କାମ କରେ । ଗତବର୍ଷ ଗିରଫ ପରେ ଏବେ ତିହାଡ ଜେଲରେ ସଜ୍ଜା କାଟୁଛି । ଘଟଣା ସାମ୍ନାକୁ ଆସିବା ପରେ ଆମ ଆଦମୀ ପାର୍ଟିକୁ ପୁଣି ଟାର୍ଗେଟ କରିଛି ବିଜେପି ।

ସେପଟେ ଆଗକୁ ଦିଲ୍ଲୀ ଏମସିଡି ନିର୍ବାଚନ । ଏହାର ଠିକ କିଛି ଦିନ ପୂର୍ବରୁ ଆପର ବଡ ବଡ ମନ୍ତ୍ରୀ ନେତାଙ୍କ ନାଁରେ ଗୋଟେ ପରେ ଗୋଟେ ସାଂଘାତିକ ଅଭିଯୋଗ ଆସୁଛି । ନିର୍ବାଚନ ପୂର୍ବରୁ ଆପ ବିରୋଧରେ ଆକ୍ରାତ୍ମକ ହୋଇପଡିଛି ବିଜେପି । ବର୍ତମାନ ପ୍ରମାଣ ସହ ଆପର ନେତା ଅଭିଯୋଗ ଘେରକୁ ଆସିଛନ୍ତି । ନିର୍ବାଚନ ଉପରେ ଏହାର ପ୍ରଭାବ କଣ ପଡିବ ସେ କଥା ଏମସିଡି ନିର୍ବାଚନ ଫଳାଫଳରେ ଜଣାପଡିବ ।