ନିଜ ସନ୍ତାନର ସାଙ୍ଗିଆ ସ୍ଥିର କରିପାରିବେ ମା। ଚାହିଁଲେ, ସନ୍ତାନର ନାଁ ସହ ଯୋଡି ପାରିବେ ୨ୟ ସ୍ୱାମୀଙ୍କ ସାଙ୍ଗିଆ। 

312

କନକ ବ୍ୟୁରୋ:  ଶୁକ୍ରବାର ସରନେମ ବା ସାଙ୍ଗିଆକୁ ନେଇ ଏକ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ପିତାଙ୍କ ମୃତ୍ୟୁ ପରେ ମାର ପୂରା ହକ ରହିଛି କି ସେ ନିଜ ସନ୍ତାନର ସାଙ୍ଗିଆ ବଦଳାଇପାରିବେ । ପିତାଙ୍କ ମୃତ୍ୟୁ ପରେ ମା ହିଁ ଜଣେ ମାତ୍ର ବ୍ୟକ୍ତି ଯାହାର ପିଲା ଉପରେ ଶତପ୍ରତିଶତ ହକ୍ ରହୁଛି । ତେଣୁ ଏଭଳି ସ୍ଥିତିରେ ସରନେମ ପରିବର୍ତ୍ତନର ପୂରା ଅଧିକାର ମଧ୍ୟ ରହିଥିବା କୋର୍ଟ କହିଛନ୍ତି । ଯଦି ମହିଳା ୨ୟ ବିବାହ କରନ୍ତି ତେବେ ସ୍ୱାମୀଙ୍କ ସାଙ୍ଗିଆ ଯାହା ରହିଥିବା ସେହି ସାଙ୍ଗିଆ ସେ ନିଜ ସନ୍ତାନର ସାଙ୍ଗିଆ ଭାବେ ରଖିପାରିବେ ।  ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଦ୍ୱାରା ଗଠିତ ଖଣ୍ଡିପତ ଏକ ଆବେଦନ ଉପରେ ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି ।

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଏକ ଫଇସଲାକୁ ରଦ୍ଧ କରିଛନ୍ତି ସୁପ୍ରିମକୋର୍ଟ ।  ଆନ୍ଧ୍ରର ଜଣେ ଜନୈକ ମହିଳା ଲଳିତା ପ୍ରଥମ ସ୍ୱାମୀୀଙ୍କ ମୃତ୍ୟୁ ପରେ ୨ୟ ବିବାହ କରିଥିଲେ ଓ ସ୍ୱାମୀଙ୍କ ସାଙ୍ଗିଆକୁ ପିଲାଙ୍କ ସାଙ୍ଗିଆଭାବେ ବ୍ୟବହାର କରିଥିଲେ । ଏହାକୁ ନେଇ ଲଲିତାଙ୍କ ପ୍ରଥମ ସ୍ୱାମୀର ଘର ଲୋକମାନେ ବିରୋଧ କରିଥିଲେ । ଏନେଇ ଲଲିତା ଆନ୍ଧପ୍ରଦେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ ଉପରେ ଶୁଣାଣୀ କରି ଆନ୍ଧ୍ରକୋର୍ଟ କହିଥିଲେ ମହିଳା ଯଦି ୨ୟ  ସ୍ୱାମୀଙ୍କ ସମସ୍ତ ରେକର୍ଡରେ ପ୍ରଥମ ପିଲାକୁ ସଉତୁଣୀ ପିଲାଭାବେ ଦର୍ଶାଯିବ । କୋର୍ଟଙ୍କ ଏହି ଫଇସଲାକୁ ବିରୋଧ କରି ମହିଳା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ।