ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି ନାବାଳକ । ୧୨ ଦିନ ହେଲା ମିଳୁନି ୧୨ ବର୍ଷର ପୁଅ ।

145

କନକ ବ୍ୟୁରୋ: ୧୨ ଦିନ ହେଲାଣି ୧୨ ବର୍ଷ ପୁଅର ମିଳୁନି ପତ୍ତା । ଗାଁ ଦାଣ୍ଡରେ ଖେଳିବା ବେଳେ କାଉଡିଆଙ୍କୁ ଦେଖିବାକୁ ଯାଇ କୁଆଡେ ନିଖୋଜ ହୋଇଯାଇଛି ନାବାଳକ । ପୁଅର ଫଟୋକୁ ଧରି ତା ଫେରିବା ବାଟକୁ ଚାହିଁ ରହିଛନ୍ତି ବାପା-ମାଆ । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁର ବଟକୃଷ୍ଣ ଜେନାଙ୍କ ୧୨ ବର୍ଷର ପୁଅ ରାଜୀବ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କୁଆଡେ ନିଖୋଜ ହୋଇଯାଇଛି । ପାଣି ଭାର ନେଇ ଯାଉଥିବା କାଉଡ଼ିଆଙ୍କୁ ଦେଖିବାକୁ ଯାଇ ଆଉ ଘରକୁ ଫେରି ନାହିଁ ରାଜୀବ । ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜା ଖୋଜି କରି ପୁଅକୁ ନପାଇବା ପରେ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଅ ନିଖୋଜ ହେବାକୁ ଏହାରି ଭିତରେ ୧୨ ଦିନ ବିତିଲାଣି, ହେଲେ ତାର କୌଣସି ପତ୍ତା ପାଇନାହିଁ ପୁଲିସ ।