ଅବହେଳିତ ଯାଜପୁରର ସହିଦ ହୃଷିକେଶ ମଲ୍ଲିକଙ୍କ ସ୍ମୃତି ପିଠ । ସହିଦ ହେବାର ୧୧ ବର୍ଷ ପରେ ବି ପଡ଼ିନି ପ୍ରଶାସନର ନଜର । ସ୍ମୃତିପୀଠ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ । 

68

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ୭୬ ଜଣ  ସିଆରପିଏଫ୍ ଯବାନ । ସେମାନଙ୍କ ମଧ୍ୟରେ ଥିଲେ ଯାଜପୁର ଜିଲ୍ଲା ବୃନ୍ଦାବନପୁରର ସହିଦ ହୃଷିକେଶ ମଲିକ । ୨୦୧୦, ୬ ଏପ୍ରିଲରେ ନକ୍ସଲ ସହ ଲଢି ସହୀଦ ହୋଇଥିଲେ ହୃଷିକେଶ । ହେଲେ ଦୀର୍ଘ ୧୧ ବର୍ଷ ପରେ ପତ୍ନୀଙ୍କ ଆଖିରୁ ଲୁହ ସୁଖୁ ନଥିବା ବେଳେ ଅବହେଳିତ ସହିଦଙ୍କ ପରିବାର ଓ ସ୍ମୃତିପୀଠ ।

ଯବାନ । ସେମାନେ ସୀମାରେ ଶତ୍ରୁକୁ ସାମ୍ନା କରୁଛନ୍ତି ବୋଲି ଆମେ ଶାନ୍ତିରେ ନିଶ୍ୱାସ ମାରୁଛେ । ସେମାନେ ଘରକୁ ପର କରିଛନ୍ତି ବୋଲି ଆ ପଣମାନେ ପରିବାର ସହ ଖୁସିରେ ଅଛନ୍ତି । ଆଉ ଯାହାର ପୁଅ, ସ୍ୱାମୀ, ଭାଇ କି ବାପା, ସେନାବାହିନୀରେ ସାମିଲ ହୋଇ ଦେଶ ମାତୃକାର ସୁରକ୍ଷା ପାଇଁ ଶତ୍ରୁକୁ ସାମ୍ନା କରି ସହୀଦ ହୋଇଛନ୍ତି, ସେମାନଙ୍କ ପରିବାର ହିଁ ଜାଣିଛି ସେହି ଦୁଃଖ, କଷ୍ଟ ଆଉ ଯନ୍ତ୍ରଣାକୁ । ସେମିତି ଜଣେ ସହିଦ ହେଉଛନ୍ତି, ଯାଜପୁର ଦଶରଥପୁର ବ୍ଲକ୍ ବୃନ୍ଦାବନପୁର ଗାଁର ସହିଦ ସିଆରପିଏଫ ଯବାନ ହୃଷିକେଶ ମଲିକ ।

୨୦୧୦ ଏପ୍ରିଲ ୬ ତାରିଖରେ ଛତିଶଗଡର ଦାନ୍ତେୱାଡାରେ କମ୍ପିଂ ସାରି ଫେରୁଥିବା ବେଳେ ମାଓବାଦୀଙ୍କ ଗୁଳିରେ ଘାଇଲା ହୋଇଥିଲେ । ଗୁଳି ଲାଗିବା ପରେ ବି ସ୍ତ୍ରୀ ଅହଲ୍ୟାଙ୍କୁ ଫୋନ କରି ଶେଷ ଥର ପାଇଁ କଥା ହୋଇଥିଲେ । ପିଲାଛୁଆ ତୁମକୁ ଲାଗିଲେ କହିବା ସହ ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ ବୋଲି କହି ନିରବୀ ଯାଇଥିଲେ ହୃଶିକେଶ । ଆଉ ପୁଅକୁ ଡାକ୍ତର କରିବା ପାଇଁ ସ୍ୱପ୍ନ ଦେଖିଥିବା ବାପାଙ୍କ ସ୍ୱପ୍ନ ଅଧାରେ ଅଟକି ଗଲା ।

ସବୁଠାରୁ କ୍ଷୋଭର କଥା ହେଉଛି, ଦୀର୍ଘ ୧୧ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡି ରହିଛି ସହିଦ ହୃଷିକେଶଙ୍କ ସ୍ମୃତିପୀଠ । ପ୍ରଶାସନର ନଜର ପଡୁନଥିବାରୁ ଏଠାରେ ମଦ୍ୟପଙ୍କ ଆଡ୍ଡା ଜମୁଛି । ନିଜସ୍ୱ ଅର୍ଥରେ ସହିଦଙ୍କ ପରିବାର ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ । ସେଠାରେ ବିଦ୍ୟୁତିକରଣ, ପାଚେରୀ, ବଗିଚ ସହ ସହୀଦ ହୃଷିକେଶଙ୍କ ନାମରେ ପ୍ରଶାସନ ଏକ ପାଠଗାର କରିବାରୁ ଗ୍ରାମବାସୀ ଦାବି କରିଛନ୍ତି ।