ଆମ୍ବ ଖାଇଲାବେଳେ ଗିଳିଦେଲେ ଟାକୁଆ । ଦେଖନ୍ତୁ, ଏକ୍ସରେ ରିପୋର୍ଟ ଫଟୋ…

484

କନକ ବ୍ୟୁରୋ : ଆମ୍ବ ଖାଇଲାବେଳେ ଗିଳି ଦେଲେ ଟାକୁଆ । ଆଉ ଟାକୁଆ ଯାଇ ଲାଖିଲା ବେକ ତଳେ । ଏ କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏପରି ଏକ ଖବର ଆସିଛି କଟକ ସହରରୁ । ଜଣେ ବ୍ୟକ୍ତି ଆମ୍ବ ଖାଇଲାବେଳେ ଭୁଲ ବଶତଃ ଟାକୁଆ ଗିଳିଦେବାରୁ ତାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।ତେବେ ଟାକୁଆ ବେକ ତଳ ଯାଏଁ ଚାଲିଯାଇଥିବା ଏକ୍ସରେ ରିପୋର୍ଟରେ ଦେଖିବାକୁ ମିଳିଥିଲା । ଆଉ ଏହାପରେ ଫରେନ୍ ବଡି ରୀମୁଭାଲ ପ୍ରୋସେସରେ ଏହି ଟାକୁଆକୁ କଢାଯାଇଥିଲା । ଡାକ୍ତର ଦୀପ୍ତିମାନ ବଳିୟାର ସିଂ ଏହି ରୋଗୀ ଜଣକୁ କଟକ ଶାନ୍ତି ହସ୍ପିଟାଲରେ ଚିକିତ୍ସା କରି ସଫଳତା ପାଇଥିଲେ । ଆଉ ଏବେ ରୋଗୀ ଜଣକ ସୁସ୍ଥ ଥିବା ଜଣାପଡିଛି ।