ଦବୁଥିବା ଯୋଶୀମଠରେ ଉଚ୍ଛେଦକୁ ନେଇ ଆରମ୍ଭ ହେଲା ବଡ ଧରଣର ପ୍ରତିବାଦ: ରାସ୍ତା ଉପରକୁ ଓହ୍ଲାଇଲେ ଶହ ଶହ ଲୋକ

97

କନକ ବ୍ୟୁରୋ: ରାସ୍ତାରେ ଶହଶହ ଲୋକ । କିଏ କାନ୍ଦୁଛି, କିଏ ପ୍ରତିବାଦ କରୁଛି ଆଉ କିଏ କହୁଛି ମୁଁ ମୋ ଘର ଛାଡି ଯିବିନି । ବ୍ୟବସାୟ କହୁଛନ୍ତି ପୀଢି ଧରି ପୀଢି ବ୍ୟବସାୟ ଯୋଗୁଁ ସେମାନଙ୍କ କୁଳକୁଟୁମ୍ବ ଚଳୁଥିଲା । ସ୍ଥାନୀୟ ପ୍ରଶାସନ ହଠାତ ଏଭଳି ହୋଟେଲ ଓ ଘର ଭାଙ୍ଗିବା ତାଙ୍କ ପ୍ରତି ବଡ ନ୍ୟାୟ ହୋଇଛି ବୋଲି ଯୋଶୀମଠ ବାସିନ୍ଦା ଅଭିଯୋଗ କରୁଛନ୍ତି । ସରକାର କ୍ଷୟକ୍ଷତି ଦିଅନ୍ତୁ, ଥଇଥାନ କରନ୍ତୁ ଏହି ଦାବି ସହ ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଯୋଶୀମଠବାସୀ । ମଙ୍ଗଳବାଠୁ ସହର ସାରା ପ୍ରତିବାଦ ଆରମ୍ଭ କରିଛନ୍ତି ଯୋଶୀମଠବାସୀ । ହାଡଭଙ୍ଗା ଶୀତକୁ ତିଳେ ହେଲେ ଖ।।ତିର ନକରି ପ୍ରତିବାଦ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

ଯନ୍ତ୍ରଣା ଭିତରେ ଯୋଶୀମଠ । ବଦଳଯାଇଛି ପୂରା ସହରର ସ୍ଥିିତି । କିଛି ଦିନ ପୂର୍ବରୁ ସବୁ କିଛି ସ୍ୱାଭାବିକ ରହିଥିବାବେଳେ ଏବେ ସମ୍ପୂର୍ଣ୍ଣଭାବେ ବଦଳିଯାଇଛି ସହର ରୂପରେଖ । ଯୋଶୀମଠର ପାହାଡ ଭାଙ୍ଗୁଛି, ଘର ଦବୁଛି, ରାସ୍ତା ଘାଟ ସବୁ କିଛି ଜର୍ଜରିତ ଅବସ୍ଥାରେ ରହିଛି । ସେପଟେ ଲୋକଙ୍କୁ କିଭଳି ସୁରକ୍ଷିତ ଅବସ୍ଥାରେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଏହାକୁ ସବୁଠୁ ଗୁରୁତର ସହ ଗ୍ରହଣ କରିଛି ସ୍ଥାନୀୟ ପ୍ରଶାସନ । ସ୍ଥିତିକୁ ଦୃଷ୍ଟିରେ ରଖି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଘର ଓ ହୋଟେଲ ଗୁଡିର ଭାଙ୍ଗିବାର ପ୍ରକିୟା ଆରମ୍ଭ ହୋଇଛି ।

ଗୋଟେ ପଟେ ସହର ଦବୁଛି ଭୟ ବଢୁଛି । ଅନ୍ୟପଟେ ଆଗକୁ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିବା ପରେ ଭୁସ୍ଖଳନ ଆଶଙ୍କା ଦ୍ୱିଗୁଣିତ ହୋଇଛି । ଯୋଶୀମଠର ସ୍ଥିତି ଦିନକୁ ଦିନ ବିଗୁଡିଥିବାବେଳେ କର୍ଣ୍ଣପ୍ରୟାଗ, ନୈନିତାଲ, ଚମ୍ପାବତ ପରି ଆଉ କିଛି ସହରରେ ମଧ୍ୟ ସମାନ ସ୍ଥିିତି ଦେଖିବାକୁ ମିଳିଛି ।