ପେଶା ସାମ୍ବାଦିକତା, ନିଶା ଖବର କାଗଜ ସଂଗ୍ରହ ! ୭୬ ଦେଶର ୬୮ ଭାଷାର ଖବରକାଗଜ ସଂଗ୍ରହ କରି ଏହି ଓଡିଆ ବ୍ୟକ୍ତି ସୃଷ୍ଟି କଲେ ରେକର୍ଡ ।

106

ସାମ୍ବାଦିକତା ଜୀବନରେ ଖବରକାଗଜ ସହିତ ବନ୍ଧୁତା ରହିବା ସ୍ୱାଭାବିକ କଥା । କିନ୍ତୁ ଏହି ବନ୍ଧୁତା ଏତେ ଦୃଢ଼ ହୋଇଗଲା ଯେ ଖବରକାଗଜ ସଂଗ୍ରହ ଏକ ନିଶାରେ ପରିଣତ ହୋଇଗଲା । ଆମେ କହୁଛୁ ଯାଜପୁର ଜିଲା ବରୀ ବ୍ଲକ ଅରଂଗାବାଦ ଗାଁର ଶଶାଙ୍କ ଶେଖର ଦାସଙ୍କ କଥା । ଶଶାଙ୍କ ଇତିମଧ୍ୟରେ ୭୬ ଦେଶ ରୁ ୬୮ଟି ଭାଷାରେ ପ୍ରକାଶିତ ହେଉଥିବା ୩ ହଜାରରୁ ଉର୍ଦ୍ଧ ଖବରକାଗଜ ସଂଗ୍ରହ ଲିମକା ଓ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇପାରିଛନ୍ତି । ଏଥିସହିତ ଗିନିଜ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇବା ପାଇଁ ସେ ମଧ୍ୟ ଆବେଦନ କରିଛନ୍ତି । ଶଶାଙ୍କର ଏଭଳି ଏକ ନିଆରା ନିଶା ପାଇଁ ତାଙ୍କୁ ପେପର ବୟର ଆଖ୍ୟା ପାଇବା ସହିତ ବିଭିନ୍ନ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇ ଗୌରବର ଅଧିକାରୀ ହୋଇ ପାରିଛନ୍ତି ।

ସୂଚନା ଅନୁଯାୟୀ, ଯାଜପୁର ବରୀ ବ୍ଲକ ଅନ୍ତର୍ଗତ ଅରଂଗାବାଦରେ ବାସ କରନ୍ତି ଶଶାଙ୍କ ଶେଖର ଦାସ । ପେଶାରେ ଜଣେ ସେ ସମ୍ବାଦିକ ହୋଇଥିବାରୁ ତାଙ୍କର ଖବର କାଗଜ ପ୍ରତି ଏକ ଭଲପାଇବା ଥିଲା । ସେ ପ୍ରତିଦିନ ଖବର କାଗଜ ପଢୁଥିଲେ । ଧିରେ ଧିରେ ଖବରକାଗଜ ତାଙ୍କର ଏକ ନିଶା ପାଲଟିଯାଇଥିଲା । କିନ୍ତୁ ଆଜି ତାଙ୍କ ନିଶା ପାଲଟିଯାଇଛି ଖବର ସଂଗ୍ରହ । ଖାସ ଏଇ ନିଆରା ନିଶା ପାଇଁ ସାରା ରାଜ୍ୟରେ ପେପର ବୟ ଭାବେ ବେଶ ଜଣାଶୁଣା । ସାମ୍ବାଦିକତା କରୁ କରୁ ଖବର କାଗଜ ସଂଗ୍ରହ କରିବାର ନିଶା ଲାଗିଗଲା । ପ୍ରଥମେ ଓଡିଆ ଖବର କାଗଜ ପରେ ରାଜ୍ୟ ବାହାରର ଖବରକାଗଜ ଓ ଏବେ ସମଗ୍ର ବିଶ୍ୱର ଖବର କାଗଜ ସଂଗ୍ରହ ନିଶାରେ ପଡିଯାଇଛନ୍ତି ଶଶାଙ୍କ । ଏ ପର୍ୟ୍ୟନ୍ତ ମୋଟ ୭୬ଟି ଦେଶରୁ ୬୮ଟି ଭାଷାରେ ପ୍ରକାଶିତ ହେଉଥିବା ୩ ହଜାରରୁ ଉର୍ଦ୍ଧ ଖବର କାଗଜ ସଂଗ୍ରହ କରିଛନ୍ତି । ଯେଉଁଥି ପାଇଁ ସେ ଲିମକା ଓ ଇଣ୍ଡିଆ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇପାରିଛନ୍ତି ।

କେବଳ ଦେଶ ବିଦେଶର ଖବର କାଗଜ ସଂଗ୍ରହ ନୁହେଁ ଏହାକୁ ସଂରକ୍ଷିତ କରିବା ସହିତ ଗବେଷଣା କରୁଥିବା ସ୍କଲାର ମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି । ଏଥିପାଇଁ ନିଜ ଅଂଚଳରେ ଏକ ସଂଗ୍ରହାଳୟ ମଧ୍ୟ ଖୋଲିଛନ୍ତି । ଯେଉଁଠିକି ବିଭିନ୍ନ ସ୍ଥାନରୁ ଅନେକ ଲୋକ ଆସି ଖବର କାଗଜ ସଂପର୍କରେ ଜ୍ଞାନ ଆହରଣ କରିଥାନ୍ତି । ଶଶାଙ୍କ ଖବରକାଗଜ ସଂଗ୍ରହ ସହିତ ଲେଖାଲେଖି କରିବାରେ ମଧ୍ୟ ରୁଚି ରଖନ୍ତି । ଶଶାଙ୍କ ର ଏଭଳି ନିଆରା ନିଶା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ମଧ୍ୟ ସ୍ୱୀକୃତି ମିଳିଛି । ଏଥିସହିତ ଗିନିଜ ବୁକ ଅପଂ ରେକର୍ଡ୍ସରେ ସ୍ଥାନ ପାଇବା ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି ।