ହଜିଗଲା ମାନବିକତା : ଜୀବନ ସାରା ଘୋଡ଼ାକୁ ନେଇ ଟଙ୍କା ରୋଜଗାର କଲେ; ଏବେ ବୁଢା ହୋଇଗଲା ବୋଲି ରାସ୍ତାରେ ଛାଡିଦେଲା ମାଲିକ

235

କନକ ବ୍ୟୁରୋ : ହଜିଗଲା ମାନବିକତା । ଜୀବନ ସାରା ଘୋଡ଼ାକୁ ନେଇ ଟଙ୍କା ରୋଜଗାର କଲେ । ଆଉ ଘୋଡା ଯେତେବେଳେ ବୃଦ୍ଧ ହୋଇଗଲା ତାକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଲିକ । ଏମିତି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱର ମନ୍ଦିର ନିକଟସ୍ଥ ଜାତୀୟ ରାଜପଥରେ । ଗୁରୁବାର ସଂଧ୍ୟାରେ ଜାତୀୟ ରାଜପଥ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି । ଘୋଡାଟି ବୃଦ୍ଧା ହୋଇଯିବାରୁ ରୋଗୀଣା ହୋଇପଡ଼ିଥିଲା । ଯାହା ଫଳରେ ମାଲିକ ଘୋଡାଟିକୁ ଆଣି ଛାଡ଼ି ଦେଇଥିବା ଜଣାପଡ଼ିଛି । ଘୋଡାଟି ଖାଇବାକୁ ନପାଇ ରାସ୍ତାରେ ଘୁରି ବୁଲିଥିଲା ।