ମୁମ୍ବାଇରେ ୧୪୪ ଧାରା ଲାଗୁ ସହ ହାଇଆର୍ଲଟ ଜାରି। ପୁଣେ, ମୁମ୍ବାଇର ବିଭିନ୍ନ ସ୍ଥାନରେ ଶିବସୈନିକଙ୍କ ହାଲ୍ଲାବୋଲ। 

479

କନକ ବ୍ୟୁରୋ : ମହାରାଷ୍ଟ୍ର୍ରରେ  ଶିବସେନା ଦଳ ଭିତରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ ଦିନକୁ ଦିନ ଘନେଇବାରେ ଲାଗିଛି । ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ  ଏକ ପ୍ରକାର ଲଢେଇ ଘୋଷଣା କରିଛନ୍ତି । ଏହା ଭିତରେ ଆଜି ବିଦ୍ରୋହୀ ଶିବସେନା ବିଧାୟକଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ବଡଧରଣର କ୍ଷତି କରିଛନ୍ତି ଶିବସୈନିକ । ବିଦ୍ରୋହୀ ବିଧାୟକମାନେ ଭଙ୍ଗାରୁଜ।। କରି ତୁମୁଳକାଣ୍ଡ ଘଟାଇଛନ୍ତି ।

ଗୋଟେ ପଟେ ପୁଣେ, ଆସାମ ଓ ମୁମ୍ବାଇରେ ଶିବସେନାକର୍ମୀମାନେ ବଡଧରଣର ବିକ୍ଷୋଭ କରୁଥିବାବେଳେ ଅନ୍ୟପଟେ ରାଏଗଡରେ ମଧ୍ୟ ମଧ୍ୟ ଶିବସେନା ବଡଧରଣ ବିକ୍ଷୋଭପ୍ରଦର୍ଶନ କରିଛନ୍ତି । ରାସ୍ତାକୁ ଶହ ଶହ ଶିବସେନାକର୍ମୀ ରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ବିକ୍ଷୋଭ କରିଛନ୍ତି । ବିଦ୍ରୋହୀ ବିଧାୟକଙ୍କ ଏକନାଥ ସିନ୍ଦେଙ୍କ କୁଶପୁତଳିକା ଦାହ କରି ନାରାବାଜୀ କରିଛନ୍ତି ଶିବସୈନିକ ।

ଶିବସେନାକର୍ମୀଙ୍କ ହଙ୍ଗାମାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି, ଉଦ୍ଧବ ଠାକରେ ଇସ୍ତଫା ଦେବେନାହିଁ । ଶିବସେନା ଶେଷ ପର୍ଯ୍ୟନ୍ତ ସଂର୍ଘଷ କରିବ । ଏଥିସହ ସେ କହିଛନ୍ତି କି ଶିବସୈନିକମାନେ କ୍ରୋଧ ଏବେ ଆୟତ ବାହାରେ ଏହା ସହଜରେ କମିବ ନାହିଁ ।