ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ । ଦମକଳବାହିନୀ ନିଆଁ ଲିଭାଇବା ପରେ ବିଦ୍ୟୁତ୍ ତାର ଲାଗି ମାଆ-ପୁଅ ମୃତ ।

85

କନକ ବ୍ୟୁରୋ: ନିଆଁ ଲିଭିଗଲା ପରେ ବିଜୁଳି ନେଲା ଜୀବନ । ଯାଜପୁର ବାଲିଚନ୍ଦ୍ରପୁରରେ ଘଟିଛି ଏପରି ଅଘଟଣ । ବିଦ୍ୟୁତ ତାର ଲାଗି ମାଆ-ପୁଅ ମୃତ । ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁର ସାରା ବିବିଙ୍କ ଘରେ ଗତକାଲି ବିଳମ୍ୱିତ ରାତିରେ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲା ।

ତେବେ ପାଖରେ ଥିବା ଏକ ଟିଣ ଘର ଉପରେ ଛିଡି ପଡିଥିଲା ବିଦ୍ୟୁତ ତାର । ଏଥିରେ ପୁରା ଘର ଇଲେକ୍ଟ୍ରି ଚାର୍ଜ ହୋଇଯାଇଯାଇଥିଲା । ଏ ନେଇ କେହି ଜାଣିନଥିଲେ । ଘର ଭିତରକୁ ସାରା ବିବିଙ୍କ ସମ୍ପର୍କୀୟ ଦୁଇ ଜଣ ପ୍ରବେଶ କରିବା ସମୟରେ ଟିଣ ଘର ସଂସ୍ପର୍ଶରେ ଆସି ବାରୁ ବିଜୁଳି ଝଟକାରେ ଚାଲିଗଲା ଜୀବନ । ମୃତ ଦୁଇ ଜଣ ହେଉଛନ୍ତି ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ । ନିଆଁ ଲିଭିବା ପରେ ଏପରି ଏକ ଦୁଃଖଦ ଘଟଣା ପୁରା ଗାଁରେ ଶୋକାକୁଳ ପରିବେଶ ଖେଳାଇ ଦେଇଛି । ବାଲିଚନ୍ଦ୍ରପୁର ପୋଲିସ ପହଁଚି ତଦନ୍ତ କରୁଛି ।